Masthead

ବାହାରିନରେ ପ୍ରବାସୀ ଓଡ଼ିଆ ପାଳିଲେ ଦୀପାବଳି

ମାନାମା (ବଡ଼ ଖବର) କିଙ୍ଗଡମ ଅଫ ବାହାରିନର ଓଡ଼ିଆ ସମାଜ ଅତି ଆନନ୍ଦ ଉଲ୍ଲାସର ସହିତ ପରିବେଶ ଅନୁକୂଳ ସବୁଜ ଦୀପାବଳି ପାଳନ କରିଛନ୍ତି। ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ସଭାପତି ଡ. ଅରୁଣ କୁମାର ପ୍ରହରାଜଙ୍କ ମାନାମାସ୍ଥିତ ବାସଭବନରେ ବାହାରିନରେ କାର୍ଯ୍ୟରତ ଓଡ଼ିଆ ପରିବାର ଏକତ୍ର ହୋଇ ପାରମ୍ପରିକ ଢଙ୍ଗରେ ଏହି ଉତ୍ସବ ପାଳନ କରିଛନ୍ତି। ସମସ୍ତେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହିତ ପାରମ୍ପରିକ ଓଡ଼ିଆ ଖାଦ୍ୟର ଆନନ୍ଦ ନେଇଥିଲେ ।

ଉପସ୍ଥିତ ଶିଶୁ ଓ ମହିଳାମାନେ ପାରମ୍ପରିକ ଓଡ଼ିଆ ଗୀତ ଗାୟନ କରିବା ସହିତ ନୃତ୍ୟ ମଧ୍ୟ କରିଥିଲେ । ଭାରତ ସରକାରଙ୍କ ଆହ୍ୱାନକୁ ସମ୍ମାନ ଜଣାଇ ସେମାନେ ବିଦେଶରେ ରହିଥିଲେ ମଧ୍ୟ ପରିବେଶ ଅନୁକୂଳ ବାଣ ଫୁଟାଇ ଥିଲେ। ଏହି ଅବସରରେ ବର୍ତ୍ତମାନ ବିଶ୍ୱର ଯୁଦ୍ଧ ଘନଘଟା ପରିସ୍ଥିତିରୁ ବିଶ୍ୱବାସୀଙ୍କୁ ରକ୍ଷା କରିବା ପାଇଁ ସମବେତ ପ୍ରାର୍ଥନା କରିଥିଲେ। ଶେଷରେ ଡ. ପ୍ରହରାଜ ସମବେତ ପ୍ରବାସୀ ଓଡ଼ିଆଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ କହିଥିଲେ ଯେ, ବିଦେଶରେ ରହିଥିଲେ ସୁଦ୍ଧା ପ୍ରତି କ୍ଷଣରେ ଆମେ ନିଜର ପରିବାର, ମାତୃଭୂମି ଓ ମାତୃଭାଷା ସହିତ ସମ୍ପର୍କରେ ରହିବା

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି