Masthead

ବିଶ୍ୱକପର ପ୍ରଥମ ସେମିଫାଇନାଲ, ୱାଙ୍ଖଡେ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଆଇସିସି ବିଶ୍ୱକପର ଆଜି ପ୍ରଥମ ସେମିଫାଇନାଲ । ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଅପରାହ୍ନ ୨ଟା ବେଳେ ଖେଳାଯିବ ଏହି ମହାମୁକାବିଲା । ୯ଟି ମ୍ୟାଚ୍ ଜିତି ରୋହିତ ଆଣ୍ଡ କୋ ପୁରା ଜୋସରେ ଥିବାବେଳେ ଅନ୍ୟପଟେ ପୁଣି ଥରେ ୨୦୧୯ର ସ୍ଥିତି ଦୋହରାଇବା ଲକ୍ଷ୍ୟରେ କେନ୍ ବ୍ରିଗେଡ୍ । ୱାଙ୍ଖଡେରେ ଦର୍ଶକ ଦେଖିବାକୁ ଯାଉଛନ୍ତି ବିଶ୍ୱକପର ସୁପର ଫାଇଟ୍। ୧୨ବର୍ଷ ପୂର୍ବେ ବିଶ୍ୱକପ ଜିତିଥିଲା ଭାରତ। ଚଳିତ ବର୍ଷ ଏହାର ପୁନରାବୃତ୍ତି କରିବାର ସୁଯୋଗ । ହେଲେ ଏହି ନକ୍-ଆଉଟ ମୁକାବିଲାରେ ରୋହିତ ବାହିନୀ ଆଗରେ କିୱି ଚ୍ୟାଲେଞ୍ଜ ।

ଗତ ବିଶ୍ୱକପ ଅର୍ଥାତ ୨୦୧୯ରେ ସେମିଫାଇନାଲ ମୁକାବିଲାରେ ପରାଜିତ ହୋଇ କୋଟି କୋଟି କ୍ରିକେଟ ପ୍ରେମୀଙ୍କ ହୃଦୟ ଭାଙ୍ଗିଥିଲେ ଭାରତୀୟ ଦଳ। ଆଉ ସେଥର ବି ପ୍ରତିଦ୍ୱନ୍ଦୀ ଥିଲା ସେହି ନ୍ୟୁଜିଲାଣ୍ଡ ଟିମ୍। କିନ୍ତୁ ଏବେ ସେହି ପରାଜୟର ପ୍ରତିଶୋଧ ନେଇ କପ ହାତେଇବାର ଆହୁର ନିକଟତର ହେବ ଟିମ୍ ଇଣ୍ଡିଆ। ଦମ୍ ଆଉ ଫର୍ମ ଉଭୟକୁ ଦେଖିଲେ ଭାରତର ପଲ୍ଲା ଭାରି ଜଣାପଡୁଛି । କାରଣ ଏହି ବିଶ୍ୱକପରେ ଏପର୍ୟ୍ୟନ୍ତ ଏକମାତ୍ର ଅପରାଜେୟ ଭାବେ ଭାରତ ସବୁଠ ଶକ୍ତିଶାଳୀ ଦଳ ଭାବେ ବିବେଚିତ ହୋଇଛି । ଲିଗ ମ୍ୟାଚରେ ୯ରୁ ୯ ବିଜୟ ସହ ଅନବିଟେନ୍ ଟ୍ୟାଗର ଉର୍ଜାରେ ପରିପୂର୍ଣ୍ଣ ମେନ ଇନ୍ ବ୍ଲୁ । ସେହିପରି ଲିଗ ମ୍ୟାଚରେ କିୱି ଟିମ ସହ ଜବରଦସ୍ତ ମୁକାବିଲାରେ ୪ ୱିକଟରେ ବିଜୟୀ ହୋଇଥିଲା ରୋହିତ ସେନା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା