ଏବେ ଚିତ୍ର ବଦଳିଛି ବିକାଶ ହୋଇଛି, ରାଜ୍ୟ ଭାଗ କଥା କହିବା ଠିକ୍ ନୁହେଁ: ଭୂପିନ୍ଦର ସିଂ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କୋଶଳ ରାଜ୍ୟ ଦାବି କରିବା ସମସ୍ତଙ୍କ ଅଧିକାର। କାହାକୁ ବାରଣ କରାଯାଇପାରିବ ନାହିଁ। କିନ୍ତୁ ଏବେ ଦାବି କରିବାର ମାନେ କ’ଣ? ବିରୋଧୀ କ’ଣ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ଭୂପିନ୍ଦର ସିଂ । ସେ କହିଛନ୍ତି, ଯେତେବେଳେ ସମୟ ଥିଲା ଭାଗ ହେବାର ଦାବି ଉଠୁଥିଲା ସେତେବେଳେ ଭାଗ ହେବା ଦରକାର ଥିଲା । କିନ୍ତୁ ଏବେ ଚିତ୍ର ବଦଳିଛି । ଏକବିଂଶ ଶତାବ୍ଦୀରେ ଆର୍ଥିକ ସ୍ଥିତି ଠିକ୍ ନଥିଲା।

ଏବେ ଆମ ସରକାରରେ ବ୍ୟବସ୍ଥା ପଶ୍ଚିମ ଓଡ଼ିଶାକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି। କଳାକାରଙ୍କୁ ନେଇ ଉଠିଥିବା ବିବାଦ ଦିନେ ସମାଧାନ ହୋଇଯିବ। କିନ୍ତୁ ତାକୁ ନେଇ ପୂର୍ବ ପଶ୍ଚିମ ଭାଗ ଭାଗ ଚିନ୍ତା ଠିକ୍ ନୁହେଁ। ତାର ସମାଧାନ ଦିଗରେ ସମସ୍ତେ ଗୁରୁତ୍ଵ ଦେବା ଉଚିତ୍। ନିର୍ବାଚନ ସମୟରେ ଏକଥା ଉଠେ। ଏହା ନୂଆ ନୁହେଁ। ଲୋକେ ସବୁ ବୁଝିଲେଣି । ଭୋଟରେ କିଛି ଫଳ ପଡ଼ିବନି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ