ଦୁର୍ବଳ ହେଉଛି ହମାସ, ଆଗକୁ ମାଡ଼ି ଚାଲିଛି ଇସ୍ରାଏଲ ସେନା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଯୁଦ୍ଧକୁ ପୂରିଲାଣି ମାସେ । ଥମିବାର ନା ନେଉନାହିଁ । ଘନ ଘନ ଆକ୍ରମଣ କରୁଛି ଇସ୍ରାଏଲ । ଦୁର୍ବଳ ହେଉଛି ହମାସ । ଆଗକୁ ମାଡ଼ି ଚାଲିଛି ଇସ୍ରାଏଲ ସେନା । ଗାଜାର ସର୍ବ ବୃହତ ହସ୍ପିଟାଲରେ କରିଛି ପ୍ରବେଶ । ଅଲଶିଫାରେ ପଶିଛି ଆଇଡିଏଫ । କିଛି ଦିନର ଛକାପଂଝା ପରେ ଶେଷରେ ନିଜର ଟାର୍ଗେଟ ହାସଲ କରିଛି ଇସ୍ରାଏଲ ସେନା । ଗାଜାର ସର୍ବବୃହତ ହସ୍ପିଟାଲ ଅଲଶିଫାରେ ପ୍ରବେଶ କରିଛି ଆଇଡିଏଫ ।

ଏହି ହସ୍ପିଟାଲର ଅଣ୍ଡରଗ୍ରାଉଣ୍ଡରେ ହମାସା ମୁଖ୍ୟାଳୟ ରହିଛି ଓ ଏହାକୁ ନଷ୍ଟ କରିବା ପାଇଁ ସେନା ହସ୍ପିଟାଲକୁ ଚାରିପଟୁ ଘେରିଥିବା କହିଛି ଇସ୍ରାଏଲ । ସେନା କହିଛି ପଣବନ୍ଦୀ ଓ ରୋଗୀଙ୍କୁ ଦୃଷ୍ଟିରେ ରଖି ହସ୍ପିଟାଲ ଉପରେ କୌଣସି ଆକ୍ରମଣ କରାଯାଇନାହିଁ । । ସାଧାରଣ ନାଗରିକଙ୍କ ଜୀବନ ରକ୍ଷା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ହମାସକୁ ମୂଳପୋଛ ଲକ୍ଷ୍ୟରେ ତଲାସି କରାଯାଉଛି । ହସ୍ପିଟାଲରେ କିଛି ଗୁପ୍ତ ସୁଡ଼ଙ୍ଗ ଠାବ କରାଯାଇଛି । ଏବେ ସୁଦ୍ଧା ଯୁଦ୍ଧରେ ୧୨ହଜାର ନାଗରିକଙ୍କ ପ୍ରାଣହାନୀ ହୋଇଛି । ମୃତକଙ୍କ ମଧ୍ୟରେ ସବୁଠୁ ଅଧିକ ରହିଛି ଶିଶୁ ଓ ମହିଳାଙ୍କ ସଂଖ୍ୟା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ