Masthead

ଦୁର୍ଦ୍ଦିନରେ ମତ୍ସ୍ୟଜୀବୀ

ମହାକାଳପଡ଼ା (ବଡ଼ ଖବର ବ୍ୟୁରୋ): କରୋନା ମହାମାରୀ ଉଜାଡ଼ି ଦେଇଛି ମତ୍ସ୍ୟଜୀବୀଙ୍କ ଜୀବନଜୀବିକା । କେନ୍ଦ୍ରାପଡ଼ା ଜିଲ୍ଲାର ମତ୍ସ୍ୟଜୀବୀମାନେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ଜିଲ୍ଲାର ରାଜନଗର, ମହାକାଳପଡ଼ାର ଜମ୍ବୁ, ସୁନିତ, ରାମନଗର, ଖରିନାସୀ, ବତିଘର ଓ ଗୋଗୁଆ ପଞ୍ଚାୟତରେ ରହୁଥିବା ଶହ ଶହ ମତ୍ସ୍ୟଜୀବୀଙ୍କ ଜୀବିକା ଉଜୁଡ଼ିବାରେ ଲାଗିଛି । ଲକଡାଉନ ସଟଡାଉନ ଖୋଲିବା ପରେ ଲଘୁଚାପ ସାଜିଛି ବାଧକ । ଗୋଟିଏ ପରେ ଗୋଟିଏ ଲଘୁଚାପ ଆସୁଥିବାରୁ ସମୁଦ୍ର ଭିତରକୁ ଯିବାକୁ ପ୍ରଶାସନ ବାରଣ କରୁଛି । ପରିବାରର ଗୁଜୁରାଣ ମେଣ୍ଟାଇବା ସେମାନଙ୍କ ଲାଗି କଷ୍ଟ ହୋଇପଡୁଛି । ସେପଟେ ଋଣଭାର ମଧ୍ୟ ବଢ଼ିବାରେ ଲାଗିଛି । ରାଜ୍ୟରେ ପାରମ୍ପରିକ ମତ୍ସ୍ୟଜୀବୀ ସଂଘ ରହିଥିଲେ ସୁଦ୍ଧା ସରକାରଙ୍କ ନଜର ଏମାନଙ୍କ ଉପରେ ପଡୁନଥିବା କହିଛନ୍ତି ମତ୍ସ୍ୟଜୀବୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା