Masthead

ହାତ ଯୋଡ଼ି କ୍ଷମା ମାଗିଲେ ନାନା ପାଟେକର

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ସେଲଫି ନେବାବେଳେ ବାଳକକୁ ଚାପୁଡ଼ା ମାରିବା ଘଟଣା । ସଫେଇ ଦେଲେ ନାନା ପାଟେକର । ଭୁଲ ମାଗିବା ସହ କ୍ଷମା କରିବାର ଏକ ଭିଡିଓ ସେୟାର କରିଛନ୍ତି । ସେ କହିଛନ୍ତି ବର୍ତ୍ତମାନ ସମୟରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ମୁଁ ଏକ ଯୁବକଙ୍କୁ ଚାପୁଡା ମାରିଛି। ଯଦିଓ ଏହି ସିନ୍ ଆମ ଚଳଚ୍ଚିତ୍ରର ଏକ ଅଂଶବିଶେଷ । ଏହି ଘଟଣା ପୂର୍ବରୁ ଆମେ ଏକ ରିହର୍ସଲ୍ କରିଥିଲୁ, ଯେଉଁଥିରେ ମୁଁ ଟୋପି ପିନ୍ଧି ଛିଡା ହୋଇଥାଏ ଏବଂ ଜଣେ ଯୁବକ ମୋତେ କମେଣ୍ଟ ମାରିବା ସହ ଏ ବୁଢା ଟୋପି ବିକ୍ରି କରିବୁ କି ପଚାରୁଛି।

ଯାହାପରେ ମୁଁ ତାକୁ ପିଟିବାସହ ଏମିତି ବଦମାସି କରନି ବୋଲି କହୁଥାଏ । ଏହିଭଳି ଆମର ପ୍ରଥମ ରିହର୍ସଲ ସରିଯାଇଥିବା ବେଳେ ନିର୍ଦ୍ଦେଶକ ପୁଣିଥରେ ରିହର୍ସଲ କରିବାକୁ କହିଥିଲେ। ଦୁର୍ଭାଗ୍ୟବଶତଃ ଠିକ୍ ସେହି ସମୟରେ ସମ୍ପୃକ୍ତ ଯୁବକ ସେଲଫି ନେବାକୁ ଆସିଥିଲେ। ଆଉ ମୁଁ ତାଙ୍କୁ ଟିମ୍ ମେମ୍ବର ଭାବି ଆକ୍ସନ ଆରମ୍ଭ କରିଥିଲି । ହେଲେ ମୋତେ ଜଣାନଥିଲା ଯେ ସେ ଆମ ଟିମ୍ ମେମ୍ବର ନୁହେଁ ବୋଲି, ନଚେତ୍ ମୁଁ ଏଭଳି କରିନଥାନ୍ତି।

ଚାପୁଡ଼ା ମାରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ସମ୍ପୃକ୍ତ ବ୍ୟକ୍ତି ଜଣକ ଆମର ଟିମ୍ ମେମ୍ବର ନୁହଁନ୍ତି। ଘଟଣା ଜାଣିବା ପରେ ଆମେ ତାଙ୍କୁ ଖୋଜିଥିଲେ ବି ପାଇଲୁନି । ଯଦିଓ ଏହା ଏକ ଭୁଲ ବୁଝାମଣା । ଦୟାକରି ଆମକୁ କ୍ଷମା କରନ୍ତୁ । ମୋ ସହ ବହୁ ଲୋକ ଫଟୋ ଉଠେଇଛନ୍ତି, ମୁଁ କେବେବି ଏମିତି ବ୍ୟବହାର କାହାସହ କରିନି ବୋଲି କହିଛନ୍ତି ଅଭିନେତା । ବର୍ତ୍ତମାନ ନିର୍ଦ୍ଦେଶକ ଅନୀଲ ଶର୍ମାଙ୍କ ଫିଲ୍ମ ‘ଜର୍ଣ୍ଣି’ର ସୁଟିଂ ବାରାଣାସୀରେ ଚାଲିଛି। ଯେଉଁଥିରେ ନାନା ପାଟେକର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା