Masthead

ଅଷ୍ଟ୍ରେଲିଆକୁ ଫାଇନାଲ ଟିକେଟ୍

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  କ୍ରିକେଟ ବିଶ୍ବକପ ଫାଇନାଲରେ କଙ୍ଗାରୁକୁ ଭେଟିବ ରୋହିତ ବାହିନୀ । ଦ୍ୱିତୀୟ ଦଳ ଭାବେ ବିଶ୍ୱକପ୍‌ ଫାଇନାଲ୍‌କୁ ପ୍ରବେଶ କଲା ଅଷ୍ଟ୍ରେଲିଆ। ଦ୍ବିତୀୟ ସେମିଫାଇନାଲରେ ଦକ୍ଷିଣ ‍ଆଫ୍ରିକାକୁ ୩ ୱିକେଟରେ ହରାଇ ହାତେଇଲା ଫାଇନାଲ୍‌ ଟିକେଟ୍। କୋଲକାତାର ଇଡେନ୍ ଗାର୍ଡେନରେ ଖେଳାହୋଇଥିବା ଦ୍ବିତୀୟ ସେମିଫାଇଇନାଲରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହୋଇଥିଲା ଲଢ଼େଇ।

ଏହି ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା। ମାତ୍ର ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଦକ୍ଷିଣ ଆଫ୍ରିକା। ଅଷ୍ଟ୍ରେଲିଆ ବୋଲରଙ୍କ ସାମ୍ନାରେ ଅଧିକ ସମୟ ତିଷ୍ଠି ପାରିନଥିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌। କେବଳ ଡେଭିଡ୍‌ ମିଲର ଓ କ୍ଲାସନ୍‌ଙ୍କ ବ୍ୟାତୀତ ଆଉ କୌଣସି ବ୍ୟାଟ୍ସମ୍ୟାନ୍‌ ବ୍ୟାଟ ଚାଲିନଥିଲା। ଦକ୍ଷିଣ ଆଫ୍ରିକା ୪୯.୪ ଓଭରରେ ମାତ୍ର ୨୧୨ ରନ୍‌ କରି ଅଲଆଉଟ ହୋଇଯାଇଥିଲା।

ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର୍କ ଓ କମିନ୍ସ ୩ଟି ଲେଖାଏଁ ୱିକେଟ ନେଇଥିବାବେଳେ ଜାମ୍ପା ଓ ଟ୍ରାଭିସ୍‌ ହେଡ୍‌ ଦୁଇଟି ଲେଖାଏଁ ୱିକେଟ୍ ନିଜ ନାମରେ କରିଥିଲେ। ୨୧୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଅ ଆରମ୍ଭରୁ ଦମଦାର ଖେଳିଥିଲା। ଫଳରେ 3ଓ୍ବିକେଟ ବାକିଥାଇ ନିର୍ଦ୍ଧାରିତ ରନ ସଂଗ୍ରହ କରି ଫାଇନାଲରେ ନିଜ ନାଁ ଲେଖିଦେଇଛି ଅଷ୍ଟ୍ରେଲିଆ । ଆସନ୍ତା 19 ତାରିଖରେ ନରେନ୍ଦ୍ର ମୋଦି ଷ୍ଟାଡିୟରେ କ୍ରିକେଟ ମହାକୁମ୍ଭର ଫାଇନାଲରେ ଭାରତକୁ ଭେଟିବ ଅଷ୍ଟ୍ରେଲିଆ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ