Masthead

ସାମ୍ବାଦିକ ସମ୍ମିଳନୀକରି ମନ୍ତ୍ରୀଙ୍କୁ ନିନ୍ଦା କଲେ ରୁଚିକାଙ୍କ ମା’

ଟାଙ୍ଗୀ(ବଡ଼ ଖବର ବ୍ୟୁରୋ): ସାମ୍ବାଦିକ ସମ୍ମିଳନୀରେ କଖଡିରେ ଘଟିଥିବା ଘଟଣାରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ବ୍ୟବହାରକୁ ନିନ୍ଦା କରିବା ସହ ଜଣେ ମା’କୁ ଏହା ଅସମ୍ମାନ ବୋଲି ପ୍ରକାଶ କରିଥିଲେ l ଏଥିସହିତ କିଛି ଦିନ ହେବ କଖଡିର ସରପଞ୍ଚ କଳ୍ପନା ଛତାର ଓ ତାଙ୍କର ସ୍ୱାମୀ ଦିଲ୍ଲୀପ ଛତାର ବିଭିନ୍ନ ସାମାଜିକ ଗଣ ମାଧ୍ୟମରେ ରୁଚିକାଙ୍କ ମା’ଙ୍କର ମାନସିକ ସନ୍ତୁଳନ ଠିକ ନାହିଁ ଓ ତାଙ୍କର ବ୍ୟାଙ୍କ ଖାତା ସର୍ବ ସାଧାରଣରେ ଦେଖାଇବା ପାଇଁ ଦାବି କରିବା ସହିତ ମା ଝିଅର ସମ୍ପର୍କକୁ ନେଇ ଯେପରିଭାବେ ପ୍ରଚାର କରି ଚାଲିଛନ୍ତି ଏହାକୁ ବିରୋଧ କରିବା ସହ ଏହାର ତଦନ୍ତ କରାଯାଉ ବୋଲି ଦାବି କରିଥିଲେ l

ଅନ୍ୟପକ୍ଷରେ ପନ୍ଦର ଲକ୍ଷ ଟଙ୍କା ନେଇ ଚୁପ ହୋଇ ବସିଛନ୍ତି ବୋଲି ଏପରି ମିଥ୍ୟା ଅପପ୍ରଚାର କରୁଥିବା କଥାକୁ ଖଣ୍ଡନ କରିଥିଲେ ରୁଚିକାର ମା’ l ପୁରା କଖଡ଼ି ବାସିନ୍ଦା ରୁଚିକା ମା’କୁ ସମର୍ଥନ ଜଣାଉଥିବା ବେଳେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଦିଲ୍ଲୀପ ଛତାରଙ୍କୁ ଆଗାମୀ ଦିନରେ ବିରୋଧ କରିବା ସହ ମା କୁ ଅସମ୍ମାନ କରିବା ବାବଦରେ ଜବାବ ମଗାଯିବ ବୋଲି ପ୍ରକାଶ କରିଥିଲେ l ଯଦି ସାମାଜିକ ଗଣ ମାଧ୍ୟମରେ ଅପପ୍ରଚାର ବନ୍ଦନକରିବେ ତାହେଲେ ତାଙ୍କ ବିରୁଦ୍ଧରେ ଆଇନ ଗତ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଥିଲେ l

ଏହା ସହିତ ଦିଲ୍ଲୀପ ଛତାରଙ୍କୁ ପ୍ରଶ୍ନ ପଚାରିଥିଲେ ତାଙ୍କ ଝିଅର ଯଦି ଏମିତି ମୃତ୍ୟୁବରଣ ହୋଇଥାନ୍ତା ତେବେ ସେ ମାଟିକୁ ଛାଡି ଦଳକୁ ପ୍ରାଥମିକତା ଦେଇଥାନ୍ତେ କି ବୋଲି ପ୍ରଶ୍ନ କରିବା ସହିତ ଭାବବିହ୍ଵଳହୋଇ ସାମ୍ବାଦିକ ସମ୍ମିଳନୀରେ କାନ୍ଦି ପକାଇଥିଲେ l ଗାଁ ପୂର୍ବତନ ସରପଞ୍ଚ ସୁନୀଲ ସୁତାର ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁଙ୍କୁ ଜଣେ ରାଜନୈତିକ ହିସାବରେ ରୁଚିକାର ମା’କୁ ଯେଉଁଭଳି ବ୍ୟବହାର ଦେଖାଇଲେ ତାହା ନିନ୍ଦନୀୟ ଘଟଣା l ଆଗାମୀ ଦିନରେ କଖଡି ବାସୀ ଉଚିତ ଜବାବ ଦେବେ ବୋଲି ପ୍ରକାଶ କରିଥିଲେ l

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ