Masthead

ଜୋହାନସବର୍ଗର ବଦଲା ଅହମ୍ମଦାବାଦରେ

୨୦୦୩ ମାର୍ଚ୍ଚ ୨୩ର ଇତିହାସକୁ ୨୦୨୩ରେ ବଦଳାଇବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପ୍ ଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ-ଅଷ୍ଟ୍ରେଲିଆ । ରବିବାର ହେବ ହାଇଭୋଲଟେଜ ମ୍ୟାଚ । ୨୦ ବର୍ଷ ପରେ ପୁଣି ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ-ଅଷ୍ଟ୍ରେଲିଆ । ୨୦୦୩ ମାର୍ଚ୍ଚ ୨୩ରେ ଜୋହାନସବର୍ଗର ୱାଣ୍ଡରସ୍ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ମୁହାଁମୁହିଁ ହୋଇଥିଲେ ଏହି ୨ଦଳ । ଏଥିରେ ୧୨୫ ରନରେ ଭାରତକୁ ପରାସ୍ତ କରି ତୃତୀୟ ଥର ପାଇଁ ବିଶ୍ୱକପ୍ ଜିତିଥିଲା ଅଷ୍ଟ୍ରେଲିଆ । ଭାରତର ଦ୍ୱିତୀୟ ଥର ବିଶ୍ୱକପ୍ ଟ୍ରଫି ଜିତିବାର ସ୍ୱପ୍ନ ଅଧୁରା ରହିଥିଲା । ରିକି ପଣ୍ଟିଂଙ୍କ ନେତୃତ୍ୱାଧିନରେ ଅଷ୍ଟ୍ରେଲିଆ ହେି ମ୍ୟାଚ ଖେଳିଥିଲା ।

ଦୀର୍ଘ ୨୦ ବର୍ଷ ପରେ ପୁଣି ଥରେ ବିଶ୍ୱ କ୍ରିକେଟରେ ଦୁଇ ଶକ୍ତିଶାଳୀ ଦଳ ଭାରତ ଓ ଅଷ୍ଟ୍ରେଲିଆ ୨୦୨୩ ବିଶ୍ୱକପର ଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ୧୯ରେ ଖେଳାଯିବାକୁ ଥିବା ଏହି ମହା ମୁକାବିଲାକୁ ନେଇ ଉକ୍ରଣ୍ଠା ଓ ରୋମାଂଚ ବଢିଛି । କ୍ୟାପଟେନ ରୋହିତ ଶର୍ମାଙ୍କ ନେତୃତ୍ୱରେ ଚଳିତ ବର୍ଷ ଟିମ ଚମକ୍ରାର ପ୍ରଦର୍ଶନ କରୁଛି । ଦଳ କ୍ରମାଗତ ୧୦ଟି ବିଜୟ ସହ ଅପରାଜୟ ଭାବେ ଫାଇନାଲରେ ପହଂଚିଛି । ଅନ୍ୟପଟେ ଅଷ୍ଟ୍ରେଲିଆ ପ୍ରଥମ ୨ଟି ମ୍ୟାଚରେ ପରାଜିତ ହେବା ପରେ ଜବତଦସ୍ତ ପ୍ରତ୍ୟାବର୍ତ୍ତନ କରିଛି । ଦଳ କ୍ରମାଗତ ୮ଟି ବିଜୟ ସହ ଫାଇନାଲରେ ପହଂଚିଛି । ଏବେ ଅପେକ୍ଷା ରବିବାରକୁ । ଭାରତ ୨୦ବର୍ଷ ତଳର ପ୍ରତିଶୋଧ ନେଉଛି କି ଅଷ୍ଟ୍ରେଲିଆ ଷଷ୍ଠ ଥର ବିଶ୍ୱକପ ଟ୍ରଫି ଜିତୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ