Masthead

ନିର୍ବାଚନ ମଇଦାନକୁ ଓହ୍ଲାଇବେ ଧକ୍ ଧକ୍ ଗାର୍ଲ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ବଲିଉଡର ଧକ୍‌ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ । ତାଙ୍କ ଅଭିନୟ ଯାଦୁରେ ସସସ୍ତଙ୍କୁ ମତଓତବାଲା କରିଛନ୍ତି । ଏବେ ବି ସମସ୍ତଙ୍କ ଦିଲରେ ସେ ଧକ୍ ଧକ୍ କରନ୍ତି । କିନ୍ତୁ ଶୁଣିବାକୁ ମିଳୁଛି ଅଭିନେତ୍ରୀରୁ ଏବେ ରାଜନେତା ହେବାକୁ ଯାଉଛନ୍ତି ମାଧୁରୀ । ବିଜେପିରୁ ଟିକେଟ ନେଇ ଆଗାମୀ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରବେ ମାଧୁରୀ । ସିନେମା ଜଗତରେ ନିଜର ଯାଦୁ ଦେଖାଇବା ପରେ ଏବେ ରାଜନୀତିରେ ପ୍ରବେଶ କରିପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି। ମାଧୁରୀଙ୍କୁ ଗତ କିଛି ଦିନ ହେବ ନେତାଙ୍କ ସହ ଯୋଗାଯୋଗରେ ଥିଲେ। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ସେମିଫାଇନାଲ ମ୍ୟାଚ ସମୟରେ ତାଙ୍କୁ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସହ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା।

କେବଳ ଏତିକି ନୁହେଁ, ଏନସିପି ନେତା ପ୍ରଫୁଲ୍ଲ ପଟେଲ ଏବଂ ବିଜେପି ନେତା ଆଶିଷ ଶେଲାର ମଧ୍ୟ ମ୍ୟାଚ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା। କେନ୍ଦ୍ର ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହା ସେପ୍ଟେମ୍ବର ୨୩ରେ ମୁମ୍ବାଇ ଗସ୍ତ କରିଥିଲେ, ସେତେବେଳେ ସେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ବାସଭବନରେ ଏକ ବୈଠକ କରିଥିଲେ। ଏହି ବୈଠକରେ ଫଡନଭିସ ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଉପସ୍ଥିତ ଥିଲେ। ଏହି ବୈଠକରେ ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆଲୋଚନା ହୋଇଥିବା ଜଣାପଡିଛି। ଏହା ମଧ୍ୟ କୁହାଯାଉଛି ଯେ ଏହା ପରେ ବିଜେପି ଟିକେଟରେ ଆଗାମୀ ଲୋକ ସଭା ନିର୍ବାଚନରେ ମାଧୁରୀ ପ୍ରତିଦ୍ୱନ୍ଦ୍ୱିତା କରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ