Masthead

ଶ୍ରମିକଙ୍କ ପାଇଁ ମୁଣ୍ଡ ଟେକିଛି ବିପଦ, ଏବେବି ଉଦ୍ଧାର କାର୍ଯ୍ୟ ଜାରି

ଉତ୍ତରାଖଣ୍ଡ (ବଡ଼ ଖବର ବ୍ୟୁରୋ): ଉତ୍ତରକାଶୀ ଟନେଲ ଦୁର୍ଘଟଣାରେ ସିଲକ୍ୱାରା ସୁଡଙ୍ଗରେ ଫସି ରହିଥିବା ଶ୍ରମିକଙ୍କୁ ସରକ୍ଷିତ ବାହାର କରିବାକୁ ଚାଲିଥିବା ଅପରେସନକୁ ଲାଗିଛି ଝଟକା । ୪୦ ଶ୍ରମିକଙ୍କ ପାଇଁ ପୁଣି ଏକ ବିପଦ ମୁଣ୍ଡ ଟେକିଛି। ଟନେଲ ଭିତରେ ଭଗ୍ନାବଶେଷ ଜମା ହେବା ସହ ମେସିନର ବିୟରିଂ ଭାଙ୍ଗି ଯିବା କାରଣରୁ ଡ୍ରିଲିଂ କାମ ଠପ୍‌ ହୋଇଯାଇଛି। ବର୍ତ୍ତମାନ ବିୟରିଂକୁ ପୁଣି ମରାମତି କରାଯାଉଛି। ତେବେ ପୁଣି ଥରେ କାମ ଆରମ୍ଭ ପାଇଁ ଚେଷ୍ଟା କରାଯାଉଛି ବୋଲି ଏନଏଚଆଇଡିସିଏଲର ନିର୍ଦ୍ଦେଶକ ଅଂଶୁ ମନିଷ କହିଛନ୍ତି ।

ସେପଟେ ୭ ଦିନ ହେଲାଣି ଉତ୍ତରାକାଣୀ ଟନେଲରେ ଜୀବନ-ମରଣ ସହ ସଂର୍ଘଷ କରୁଛନ୍ତି ୪୦ ଶ୍ରମିକ । ତେବେ ସମସ୍ତ ଶ୍ରମିକ ସୁସ୍ଥ ଥିବା ଉତରକାଶୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଅନ୍ୟପଟେ ଯଦି ଉଦ୍ଧାରକାର୍ଯ୍ୟର ବିଳମ୍ବ ହୁଏ ତେବେ ଶ୍ରମିକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବା ମାନସିକ ଅସ୍ଥିରତା ଦେଖାଯାଇପାରେ । ଟନେଲରୁ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି । ଉଦ୍ଧାରକାରୀ ଦଳ ଶ୍ରମିକମାନଙ୍କ ସହ ନିୟମିତ ଯୋଗାଯୋଗ ରଖୁଛନ୍ତି । ସେମାନଙ୍କ ଉତ୍ସାହ ଅତୁଟ ରହିବ ପାଇଁ ତାଙ୍କ ସହ କଥାବାର୍ତ୍ତା କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା