Masthead

ଦୁର୍ଗମ ଅଞ୍ଚଳରେ ଡ୍ରୋନରେ ଗଲା ଔଷଧ

ରାୟଗଡା(ବଡ଼ ଖବର ବ୍ୟୁରୋ): ପାହାଡ଼ ପର୍ବତ ଘେରା ରାୟଗଡ ଜିଲ୍ଲାର ଆକାଶରେ ଉଡିବ ଡ୍ରୋନ । ଔଷଧ କିମ୍ବା ରକ୍ତ ପରୀକ୍ଷା ପାଇଁ ଜିଲ୍ଲା ସଦର ମହକୁମା ମୁଖ୍ୟ ଚିକିତ୍ସାଳୟକୁ ଆସିବାକୁ ପଡିବ ନାହିଁ । ଜିଲ୍ଲାର ୪୫ରୁ ଅଧିକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବ ଏହି ଡ୍ରୋନ । ଜରୁରୀ ଔଷଧ ପହଞ୍ଚାଇବା ସହ ବିଭିନ୍ନ ଗ୍ରାମାଞ୍ଚଳରୁ ଆସି ଦେଇଥିବା ରକ୍ତ ନମୁନାକୁ ନେଇ ପହଞ୍ଚିବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ଆଉ ପରୀକ୍ଷା ପରେ ରିପୋର୍ଟ ନେଇ ପୁଣି ସମ୍ପୃକ୍ତ ଚିକିତ୍ସାଳୟରେ ପହଞ୍ଚିବ । ଯୁଦ୍ଧକାଳୀନ ଭିତିରେ ଲୋକଙ୍କ ପାଖରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରୁ ଡ୍ରୋନ ବିତରଣ ସ୍ୱାସ୍ଥ୍ୟସେବା ନେଟୱାର୍କ ଉଦଘାଟନ ହୋଇଯାଇଛି । ଅନୁସୂଚିତ ଜାତି ଜନଜାତି କଲ୍ୟାଣ ବିଭାଗ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଏହାକୁ ଉଦଘାଟନ କରିଛନ୍ତି ।

ଦୁର୍ଗମ ଇଲାକା ହୋଇଥିବାରୁ ଏକାଥରେ ଏହି ଡ୍ରୋନ ୧୦୦ରୁ ୧୩୦ କିଲୋମିଟର ପର୍ଯ୍ୟନ୍ତ ଅଟୋ ପାଇଲଟ ମୋଡରେ ଉଡିବାର କ୍ଷମତା ରଖିଛି । ଏଥିରେ ପ୍ରାୟ ୨କେଜି ଓଜନର ଔଷଧ ପରିବହନ କରିବା ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ରହିଥିବା ବେଳେ ଭୂମିଠାରୁ ପ୍ରାୟ ଦେଢ଼ କିଲୋମିଟର ଉପରେ ଉଡିଉଡି ଜିପିଆରଏସ ଇଣ୍ଟରନେଟ, ଏପରିକି ଏହି ଡ୍ରୋନର ଏକ ସ୍ୱତନ୍ତ୍ର ନେଟୱାର୍କ ଜରିଆରେ ଡ୍ରୋନଟି ନିଜ ଲକ୍ଷ ସ୍ଥାନରେ ପହଞ୍ଚିପାରିବ । ଆଉ ଔଷଧ ପହଞ୍ଚାଇବା ପରେ ପୁଣି ସେଠାରୁ ଫେରିଆସିବା ଭଳି ସମସ୍ତ ବ୍ୟବସ୍ଥା ରହିଛି । ତେବେ ପ୍ରଥମ ଦିନରେ ଜିଲ୍ଲା ସଦର ମହକୁମା ଠାରୁ ପ୍ରାୟ ୮୦କିଲୋମିଟର ଦୂର ଗୁଡାରୀ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ଭେକ୍ସିନ ନେଇ ପହଞ୍ଚିଥିଲା ଏହି ଡ୍ରୋନ । ସବୁକିଛି ରାୟଗଡ କଣ୍ଟ୍ରୋଲ ରୁମରୁ ପରିଚାଳନା କରାଯାଇଥିଲା । ରାୟଗଡା ଜିଲ୍ଲାର ଲୋକଙ୍କୁ ଅତିଶୀଘ୍ର ଓ ସହଜ ଉପାୟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଏହାର ମୂଳଲକ୍ଷ ବୋଲି ପରିଚାଳକ କୁନ୍ଦନ କୁମାର କହିଥିବା ବେଳେ ସ୍ୱାସ୍ଥ୍ୟସେବାରେ ଏହାଏକ ମାଇଲଖୁଣ୍ଟ ବୋଲି ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା