Masthead

ବ୍ୟାଟରଙ୍କ ବିରୋଧରେ ଗର୍ଜିବ ଇଣ୍ଡିଆ ପ୍ଲେୟରଙ୍କ ବଲ୍

ଅହମ୍ମଦାବାଦ (ବଡ଼ ଖବର ବ୍ୟୁରୋ): ବିଶ୍ୱକପ୍‌ ୨୦୨୩ର ଫାଇନାଲ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ । ଜୋରଦାର୍‌ ଫର୍ମରେ ରହିଛି ଟିମ୍‌ ଇଣ୍ଡିଆ । ବ୍ୟାଟିଂରେ ଫାଇନାଲ୍‌ ମ୍ୟାଚ୍‌ରେ ଲଗାଇବେ ଚୌକାଛକା । ସେପଟେ ପଡିଆରେ ଦେଖିବାକୁ ମିଳିବ ଭାରତୀୟ ବୋଲର୍‌ଙ୍କ ଦବ୍‌ଦବା । ବିପକ୍ଷ ଟିମ୍‌ ପ୍ରତି ଘାତକ ହେବେ ଭାରତୀୟ ବୋଲର୍‌ । ସବୁଥର ପରି ଫାଇନାଲ୍‌ରେ ମ୍ୟାଚ୍‌ରେ ଦେଖିବାକୁ ମିଳିବ ଭାରତୀୟ ବୋଲର୍‌ଙ୍କ ଜଲୱା । ଅଷ୍ଟ୍ରେଲିଆର ଉଭୟ ଓପନର୍ ଟ୍ରେଭିସ୍ ହେଡ୍ ଏବଂ ଡେଭିଡ ୱାର୍ଣ୍ଣର ବାମହାତୀ । ସେମାନଙ୍କ ପରେ ମିଚେଲ ଷ୍ଟାର୍କ ଏବଂ ଜୋଶ ହାଜଲେଉଡ୍ ମଧ୍ୟ ନିମ୍ନକ୍ରମରେ ଲେଫ୍ଟି ବ୍ୟାଟର।

ଆଶା କରାଯାଉଛି କି ଅଷ୍ଟ୍ରେଲିଆ ବ୍ୟାଟରଙ୍କ ବିରୋଧରେ ଗର୍ଜିବ ଭାରତୀୟ ଖେଳାଳିଙ୍କ ବଲ୍ । ଚଳିତ ବିଶ୍ବକପ୍‌ରେ ଫୁଲ୍‌ ଫର୍ମରେ ଅଛନ୍ତି ଟିମ୍‌ ଇଣ୍ଡିଆ ବୋଲର୍‌ । ବିପକ୍ଷ ଟିମ୍‌ଙ୍କ ବିରୋଧରେ ଗର୍ଜୁଛନ୍ତି ଶାମୀ, ସିରାଜ ଏବଂ ବୁମରା । ଯାହା ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଛି । ୫ ଥରର ବିଶ୍ୱ ଚାମ୍ପିଅନ୍ ଅଷ୍ଟ୍ରେଲିଆ ବିରୋଧରେ ହେବ ଦମଦାର୍‌ ବୋଲିଂ । ମେନ୍‌ ଇନ୍‌ ବ୍ଲ୍ୟୁର ଦମ୍‌ଦାର୍‌ ଫର୍ମରେ ଥିବା ୩ ବୋଲର୍‌ ଲେଫ୍ଟିଙ୍କ ବିରୋଧରେ ଦେଖାଇବେ ଜଲୱା । ରେକର୍ଡ ଦେଖିବାକୁ ଗଲେ ମହମ୍ମଦ ଶାମୀ ଲେଫ୍ଟିଙ୍କ ବିରୋଧରେ ପ୍ରତି ୨୨ରନରେ ନେଇଥାନ୍ତି ଗୋଟିଏ ଓ୍ବିକେଟ୍‌ । କ୍ୟାରିୟର୍‌ର ୩୦ ପ୍ରତିଶତ ଓ୍ବିକେଟ୍‌ ଲେଫ୍ଟ ହ୍ୟାଣ୍ଡ ବ୍ୟାଟରଙ୍କର ହିଁ ନେଇଛନ୍ତି । ଚଳିତ ୱାର୍ଲକପ୍‌ରେ ଶାମୀ ୮ ଲେଫ୍ଟିଙ୍କର ନେଇଛନ୍ତି ୱିକେଟ୍‌ ।

ୱାର୍ଲକପ୍‌ରେ ଶାମୀ ପ୍ରତି ୪ ରନ୍‌ ଏବଂ ୭ ବଲ୍‌ରେ ଭିତରେ ହିଁ ଜଣେ ଲେଫ୍ଟହ୍ୟାଣ୍ଡ ବ୍ୟାଟରଙ୍କୁ ପଠାଇଛନ୍ତି ପ୍ୟାଭିଲିୟନ୍‌ । ସେପଟେ ସିରାଜ ମଧ୍ୟ ୨୧ ରନ୍‌ ଦେଇ ଜଣେ ଲେଫ୍ଟି ବ୍ୟାଟରଙ୍କୁ କରିଥାନ୍ତି ଆଉଟ୍ । ଓ୍ବାନ୍‌ଡେ କ୍ୟାରିୟରରେ ସିରାଜ ୩୫ ପ୍ରତିଶତ ଲେଫ୍ଟି ବ୍ୟାଟରଙ୍କୁ ଆଉଟ୍ କରିଛନ୍ତି । ଓ୍ବାର୍ଲକପ୍‌ରେ ବି ସିରାଜ ଆଧା ଓ୍ବିକେଟ୍‌ ଲେଫ୍ଟି ବ୍ୟାଟରଙ୍କର ହିଁ ନେଇଛନ୍ତି ଓ୍ବିକେଟ୍‌ । ଅନ୍ୟପଟେ ଜସପ୍ରୀତ୍‌ ବୁମରା ପାଓ୍ବାର ପ୍ଲେରେ କେବଳ ୱିକେଟ୍ ନେଉନାହାଁନ୍ତି ବରଂ ବ୍ୟାଟ୍ସମ୍ୟାନଙ୍କୁ ଭୟଭୀତ କରୁଛନ୍ତି । ଯେଉଁଥି ପାଇଁ ତାଙ୍କ ସାମ୍ନାରେ ରନ୍‌ ସ୍କୋର କରିବାକୁ ଡରୁଛନ୍ତି ବିପକ୍ଷ ପ୍ଲେୟର୍ । ସେ ମିଚେଲ ମାର୍ଶ ଏବଂ ପ୍ୟାଟ୍ କମିନ୍ସଙ୍କ ପରି ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ୍‌କୁ ପଠାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା