Masthead

୪୦ଦିନିଆ ବିଧାନସଭା ଡାକିଲେ ସରକାର, କିନ୍ତୁ ପଳାୟନପନ୍ଥୀ ସାଜି ୪୦ରୁ ଶୂନ କାଟି ଦେଲେ: ନରସିଂହ ମିଶ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୪ ଦିନରେ ସରିଗଲା ବିଧାନସଭା ଶୀତ ଅଧିବେଶନ । ୪୦ଦିନିଆ ବିଧାନସଭା ଡାକିଲେ ସରକାର , କିନ୍ତୁ ପଳାୟନପନ୍ଥୀ ସାଜି ଚାରିରୁ ଶୂନ କାଟି ଦେଲେ । ୪ ଦିନରେ ବିଧାନସଭା ସରିଯିବା ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖି ଏଭଳି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଅଗଣତାନ୍ତ୍ରିକ ଭାବେ ଗୃହକୁ ବନ୍ଦ କରିଦେଇଛନ୍ତି। ଅଗଣତାନ୍ତ୍ରିକ ପରମ୍ପରା ବିରୋଧୀ ସରକାର। ତାଙ୍କ ସରକାର କେତେବେଳେ କ’ଣ କହୁଛନ୍ତି ତାଳ ମେଳ ରହୁନି। ମନ୍ତ୍ରୀ କିଛି ବୁଝନ୍ତି ନାହିଁ । ସେଥିପାଇଁ କ୍ୟାବିନେଟ୍ ନିଷ୍ପତ୍ତିକୁ ନେଇ ମଧ୍ୟ ଦ୍ୱନ୍ଦ୍ୱରେ ଅଛନ୍ତି ସରକାର। ଚଳିତ ବିଧାନସଭାରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ଆଦିବାସୀ ଜମି ପ୍ରସଙ୍ଗକୁ ନେଇ ଉଠିଥିଲା ପଡିଥିଲା ଗୃହ । କୋଶଳୀ ଭାଷାରେ ନିଜ ପ୍ରଶ୍ନ ରଖିଥିଲେ ନରସିଂହ । ୪୦ ଦିନର ଅଧିବେଶନ ୪ ଦିନରେ ଶେଷ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ