Masthead

‘ଚାପ ଯୋଗୁଁ ମୁଣ୍ଡ ନୁଆଁଇଛି ହମାସ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ) ଇସ୍ରାଏଲ-ହମାସ ମଧ୍ୟରେ ଅସ୍ତ୍ରବିରତି ଘୋଷଣା କରାଯାଇଛି । ୪ ଦିନିଆ ଅସ୍ତ୍ରବିରତି ପାଇଁ ଉଭୟଙ୍କ ମଧ୍ୟରେ ଚୁକ୍ତି ହୋଇଛି । ତେବେ ଯୁଦ୍ଧ ବିରତି ଚୁକ୍ତି ଅନୁସାରେ ହମାସ ପ୍ରଥମ ପର୍ଯ୍ୟାୟରେ ୨୫ ଜଣ ପଣବନ୍ଦୀଙ୍କୁ ମୁକ୍ତ କରିଛି ହମାସ । ସେମାନଙ୍କ ମଧ୍ୟରେ ୧୨ ଜଣ ଥାଇଲାଣ୍ଡ ନାଗରିକ ଓ ୧୩ ଜଣ ଇସ୍ରାଏଲ ମହିଳା ଓ ଶିଶୁ ଅଛନ୍ତି । ଶନିବାର ୨ୟ ପର୍ଯ୍ୟାୟରେ ଆଉ କିଛି ପଣବନ୍ଦୀଙ୍କୁ ମୁକ୍ତ କରିଛି ହମାସ । ଏମାନଙ୍କ ମଧ୍ୟରେ ୧୩ଜଣ ଇସ୍ରାଏଲ, ୧୦ଜଣ ଥାଇଲ୍ୟାଣ୍ଡ ଓ ଜଣେ ଫଲିଫିନୋ ନାଗରିକ ରହିଛନ୍ତି ।

ଶନିବାର ଆଉ ୧୩ଜଣ ପଣବନ୍ଦୀଙ୍କୁ ମୁକ୍ତ କରିପାରେ ହମାସ । ବାକି ଥିବା ଆଉ ୧୨ଜଣ ପଣବନ୍ଦୀଙ୍କୁ ରବିବାର ମୁକ୍ତ କରିବା ନେଇ ହମାସ ପକ୍ଷରୁ କୁହାଯାଇଛି ।୪ ଦିନର ଯୁଦ୍ଧ ବିରତି ପାଇଁ ହମାସ-ଇସ୍ରାଏଲ ପକ୍ଷରୁ ଚୁକ୍ତି ହୋଇଛି । କତାର ଏହାର ମଧ୍ୟସ୍ତତା କରିଛି । ପଣବନ୍ଦୀଙ୍କୁ ଛାଡିବା ବଦଳରେ ୪ଦିନ ପାଇଁ ଯୁଦ୍ଧରେ ଲାଗିଛି ବିରାମ । ତେବେ ଚୁକ୍ତି ଅନୁଯାୟୀ ଯେତେଜଣ ପାଲେଷ୍ଟାଇନ ନାଗରିକଙ୍କୁ ଇସ୍ରାଏଲ ବନ୍ଧକ ରଖିଛି ସେମାନଙ୍କୁ ମଧ୍ୟ ମୁକ୍ତ କରାଯିବ । ୩୫୦ଜଣ ପାଲେଷ୍ଟାଇନ ନାଗରିକଙ୍କ ମଧ୍ୟରୁ ଶନିବାର ୪୨ଜଣ ପାଲେଷ୍ଟେନୀୟଙ୍କୁ ମୁକ୍ତ କରିଛି ଇସ୍ରାଏଲ ।

ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଚାପ ଯୋଗୁଁ ମୁଣ୍ଡ ନୁଆଁଇଛି ହମାସ । ଆଉ କିଛି ଯୁଦ୍ଧ ବିରତି ଅବଧି ବୃଦ୍ଧି ପାଇଁ ଚେଷ୍ଟା କରାଯିବା ଉଚିତ୍ । ଯୁଦ୍ଧକୁ ନେଇ ଭାରତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛି । ଗତ ଅକ୍ଟୋବର ୭ ତାରିଖରୁ ଆରମ୍ଭ ହୋଇଥିବା ଇସ୍ରାଏଲ ଓ ହମାସ ମଧ୍ୟରେ ଅସ୍ତ୍ରବିରତି ଗୁରୁବାରଠାରୁ ଆରମ୍ଭ ହେବାର ଥିଲା, କିନ୍ତୁ ତାହା ହୋଇ ନ ଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ