Masthead

ଇମ୍ଫା ଖଣି ପକ୍ଷରୁ ୬୨ ତମ ପ୍ରତିଷ୍ଠା ଦିବସ ପାଳିତ

ସୁକିନ୍ଦା (ବଡ଼ ଖବର ବ୍ୟୁରୋ): ଇମ୍ଫା କମ୍ପାନି ପକ୍ଷରୁ ଆଜି ଇମ୍ଫାର ପ୍ରତିଷ୍ଠାତା ଡ. ବଂଶୀଧର ପଣ୍ଡାଙ୍କ ୯୨ତମ ଜୟନ୍ତୀ ଓ କମ୍ପାନିର ୬୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। କାଳିଆପାଣିସ୍ଥିତ ଇମ୍ଫା ଖଣି ପ୍ରଶାସନିକ ଭବନ ପରିସରସ୍ଥ ସ୍ୱର୍ଗତ ପଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ସୁକିନ୍ଦା ଦେଓଗାଁର ଖଣ୍ଡୁରାଈ ପୀଠ ଓ କାଳିଆପାଣିର ଚଣ୍ଡିମାତା ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ସହ କାମାକ୍ଷାନଗର ଢୋଲପଶି ଲୋକନାଥ ଜରାନିବାସ ଅନ୍ତେବାସୀଙ୍କୁ ଶୀତବସ୍ତ୍ର ପ୍ରଦାନ କରାଯାଇଛି।ଏହା ସହିତ ମହାଗିରି ଏନକ୍ଳେଭରେ ସମାବେଶ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । କମ୍ପାନିର ମୁଖ୍ୟ ପରିଚାଳନା ଅଧିକାରୀ ବିଜୟାନନ୍ଦ ମହାପାତ୍ର ମୁଖ୍ୟଅତିଥି, ଉପସଭାପତି ଓ ବ୍ୟବସାୟୀକ ମୁଖ୍ୟ ଇଂ ସନ୍ଦୀପ ବାପୁରାଓଜୀ ନାରାଡ଼େ ଓ ଶ୍ରମିକନେତା ନାରାୟଣ ଚନ୍ଦ୍ର ଧୀର ଏହି ସମାବେଶରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।

୧୦ ରୁ ୩୫ ବର୍ଷ ସେବା ପ୍ରଦାନ କରିଥିବା ବରିଷ୍ଠ କର୍ମଚାରୀ ଓ ଅଧିକାରୀଙ୍କୁ ସ୍ୱତନ୍ତ୍ର ସ୍ମାରକୀ ଓ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା।ଚିତ୍ରକଳା, ବାଲୁକାକଳା ଓ ବିଭିନ୍ନ ଉଲ୍ଲେଖନୀୟ ସଫଳତା ଏବଂ ଭଲିବଲ୍ ଓ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାର କୃତୀ ଖେଳାଳି ଓ ଦଳକୁ ପୁରସ୍କୃତ କରାଯାଇଥିଲା ।ବାଲୁକା ଶିଳ୍ପୀ ବିଦ୍ୟୁତ୍ କର୍ମଚାରୀ ସନ୍ତୋଷ ପ୍ରଧାନଙ୍କୁ ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଥିଲା । ଉପସଭାପତି ଇଂ ସୁଧାଂଶୁ ପାଟ୍ନି, ବରିଷ୍ଠ ଖଣି ମହାପ୍ରବନ୍ଧକ ଇଂ ଲଲାଟେନ୍ଦୁ ମହାପାତ୍ର, ଯୋଗାଣ ଶୃଙ୍ଖଳ ମୁଖ୍ୟ ଇଂ ଜିଭି ରାକେଶ, ପ୍ରଶାସନ ମୁଖ୍ୟ ମନୋଜ କୁମାର ଗୁପ୍ତା, ବରିଷ୍ଠ ମାନବ ସମ୍ବଳ ପ୍ରବନ୍ଧକ ଗିରୀଶ କୁମାର ପଟ୍ଟନାୟକ, ଅଭୟ କୁମାର ପାଣ୍ଡେ, ଲୋକସଂପର୍କ ପ୍ରବନ୍ଧକ ପ୍ରଭାତ କୁମାର ସିଂହ, ବରିଷ୍ଠ ଅଧିକାରୀ ମିଲନ ରଞ୍ଜନ କର, କର୍ମଚାରୀ ସଂଘ ପକ୍ଷରୁ ଦୀପକ କୁମାର ମହାରଣା ଏହି ସମସ୍ତ ଦାୟତ୍ୱକୁ ତୁଲାଇବା ସହ ସହଯୋଗ କରିଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ