Masthead

ଆସାମ ରାଇଫଲ ରେଜିମେଣ୍ଟରେ ଯୋଗଦେବେ ଆଦିବାସୀ ଝିଅ ଜ୍ୟୋତି

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ଇଚ୍ଛାଶକ୍ତି ଆଗରେ ହାର ମାନିଛି ଦାରିଦ୍ର୍ୟ । ସମ୍ବଲପୁରର ଝିଅ ଜ୍ୟୋତି ମୁଣ୍ଡା ସମ୍ବଲପୁର ଜିଲ୍ଲା ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ । ଜ୍ୟୋତି ଭାରତୀୟ ସେନାରେ ଯୋଗଦେଇ ଦେଶ ସେବା କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସମ୍ବଲପୁର ଜିଲ୍ଲାର ଧନକଉଡ଼ା ବ୍ଲକ୍ ଝାରମୁଣ୍ଡା ଗ୍ରାମର ଆଦିବାସୀ ଝିଅ ଜ୍ୟୋତି ଆସାମ ରାଇଫଲ ରେଜିମେଣ୍ଟରେ ଯୋଗଦେବେ । ଏଥିପାଇଁ ଜ୍ୟୋତି ୨୦୧୮ରେ ଏସଏସସି ଦ୍ୱାରା ଲିଖିତ ପରୀକ୍ଷା ଓ ୨୦୧୯ରେ ଫିଜିକାଲ ଟେଷ୍ଟ ଦେଇ କୃତକାର୍ଯ୍ୟ ହୋଇଛନ୍ତି । ଏକ ଗରିବ ଆଦିବାସୀ ପରିବାରରୁ ଆସିଥିବା ଜ୍ୟୋତିଙ୍କ ଦୃଢ ମନୋବଳ ପାଇଁ ସଫଳତାରେ ଦାରିଦ୍ରତା ବାଧା ଦେଇନଥିଲା ।

ସେ ପିଲାଟି ଦିନରୁ ଦେଶ ସେବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ତାଙ୍କର ସ୍ୱପ୍ନ ପୂରଣ ହୋଇଛି ବୋଲି କହିଛନ୍ତି ଜ୍ୟୋତି । ଦୃଢ ଇଚ୍ଛାଶକ୍ତି ଥିଲେ ପରିସ୍ଥିତି ଯେମିତି ବି ଆସୁ ସଫଳତା ମିଳିବା ଶୁନିଶ୍ଚିତ । ଏକଥାକୁ ପ୍ରମାଣ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛନ୍ତି ସମ୍ବଲପୁରର ଝିଅ ଜ୍ୟୋତି ମୁଣ୍ଡା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି 🔴 ସାଲାଇନ ଦେଉଛନ୍ତି ସଫେଇ କର୍ମଚାରୀ  🔴 ‘ପୋଲିସ ଷ୍ଟେଟମେଣ୍ଟ ବଦଳାଇଛି’ 🔴 ଉପ ମୁଖ୍ୟମନ୍ତ୍ରୀଙ୍କ ୨ଟି ଭୋଟର କାର୍ଡକୁ ନେଇ ରାଜନୀତି ସରଗରମ 🔴 ପୁଣି କରଞ୍ଜିଆରେ ହାତୀ ଭୟ 🔴 ଅନ୍ଧବିଶ୍ୱାସ ପାଇଁ ଗାଁ ଛାଡ଼ିଲେ ପରିବାର 🔴 ରାକ୍ଷୀ ପୂର୍ଣ୍ଣିମାରେ ବାଣିଜ୍ୟ ଓ ପରିବହନ ବିଭାଗର ଅଭିନବ ପ୍ରୟାସ 🔴 ଜମିବାଡ଼ି ପାଇଁ ମାଆର ଜୀବନ ନେଲା ପୁଅ 🔴 ୧୩ ରେ ଲଘୁଚାପ ! 🔴 ପୁଣି ଆସୁଛି ଲଘୁଚାପ ! 🔴 ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି 🔴 ସାଲାଇନ ଦେଉଛନ୍ତି ସଫେଇ କର୍ମଚାରୀ  🔴 ‘ପୋଲିସ ଷ୍ଟେଟମେଣ୍ଟ ବଦଳାଇଛି’ 🔴 ଉପ ମୁଖ୍ୟମନ୍ତ୍ରୀଙ୍କ ୨ଟି ଭୋଟର କାର୍ଡକୁ ନେଇ ରାଜନୀତି ସରଗରମ 🔴 ପୁଣି କରଞ୍ଜିଆରେ ହାତୀ ଭୟ 🔴 ଅନ୍ଧବିଶ୍ୱାସ ପାଇଁ ଗାଁ ଛାଡ଼ିଲେ ପରିବାର 🔴 ରାକ୍ଷୀ ପୂର୍ଣ୍ଣିମାରେ ବାଣିଜ୍ୟ ଓ ପରିବହନ ବିଭାଗର ଅଭିନବ ପ୍ରୟାସ 🔴 ଜମିବାଡ଼ି ପାଇଁ ମାଆର ଜୀବନ ନେଲା ପୁଅ 🔴 ୧୩ ରେ ଲଘୁଚାପ ! 🔴 ପୁଣି ଆସୁଛି ଲଘୁଚାପ !