Masthead

ଆମିଷ ବଜାରରେ ଲମ୍ବା ଲାଇନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସରିଲା କାର୍ତ୍ତିକ ମାସ । ଆଜି ଛାଡ଼ଖାଇ । ମଙ୍ଗଳବାର ଥିବାରୁ ଛାଡଖାଇ ବେଶ୍ ଜମିବ ବୋଲି ଆଶା ରଖା ଯାଇଛି । ଛାଡଖାଇ ପାଳିବା ପାଇଁ ଲୋକଙ୍କ ମଧ୍ୟରେ ଖୁବ୍ ଆଗ୍ରହ ଦେଖିବାକୁ ମିଳିଛି । ଆମିଷ ଦୋକାନରେ ଲୋକଙ୍କ ଲମ୍ବା ଲାଇନ୍ ରହିଛି । ଆଜି ଠାରୁ ଆସନ୍ତାକାଲି ଅଧିକ ଭିଡ଼ ହେବା ଆଶା କରାଯାଉଛି । ଭୁବନେଶ୍ୱରରେ ମଟନ କିଲୋ ୮ଶହ ଟଙ୍କା ହୋଇଥିବା ବେଳେ ଚିଙ୍ଗୁଡ଼ି ୫୦୦ରୁ ୭୦୦ଟଙ୍କା କିଲୋରେ ମିଳୁଛି, ଦେଶୀ ଚିକେନ ୨୨୦ରୁ ୨୫୦ ଟଙ୍କା ରହିଛି ।

ସେହିପରି ବ୍ରହ୍ମପୁରରେ ମଟନ କିଲୋ ୮ଶହ ଟଙ୍କା ହୋଇଥିବା ବେଳେ ସମୁଦ୍ର ମାଛ ୨ଶହରୁ ୫୦୦ ଟଙ୍କା, କଙ୍କଡ଼ା ୫୦୦ରୁ ୮୦୦, ଚିଙ୍ଗୁଡ଼ି ୨୦୦ରୁ ଆରମ୍ଭ କରି ହଜାରେ ଟଙ୍କା ପର୍ଯ୍ୟନ୍ତ ମିଳୁଛି । କଟକରେ ମଟନ କିଲୋ ୭୦୦ ଟଙ୍କା ହୋଇଥିବା ବେଳେ ଚିକେନ ୨୨୦ ଟଙ୍କା ରହିଛି । ରେଟକୁ ଖାତିର ନକରି ଛାଡ଼ କରୁଛନ୍ତି ଗ୍ରାହକ । ଆମିଷ ଆଣିବା ପାଇଁ ଦୋକାନରେ ଲମ୍ବା ଧାଡ଼ିରେ ଠିଆ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ