ଏମିତି ଏକ ସ୍ମାର୍ଟଫୋନ ଯେଉଁଥିରେ ସ୍କ୍ରିନ ହିଁ ନାହିଁ

https://youtu.be/odv5zIz7-Eg

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିନା ସ୍କ୍ରିନରେ ସ୍ମାର୍ଟଫୋନ । ଏମିତି ଏକ ସ୍ମାର୍ଟଫୋନ ଯେଉଁଥିରେ ସ୍କ୍ରିନ ହିଁ ନାହିଁ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ । ସ୍ମାର୍ଟଫୋନର ଏଭଳି ଫିଚର, ଆଶ୍ଚର୍ୟ୍ୟ ଲାଗୁଥିଲେ ବି ସତ । ହାତରେ ଦେଖାଯିବ ସ୍କ୍ରିନର ଛାଇ । ଏନେଇ ଆପଲ କମ୍ପାନିର ପୂର୍ବତନ କର୍ମଚାରୀ ସୂଚନା ଦେଇଛନ୍ତି । ହ୍ୟୁମାନ ନାମକ ଏକ କମ୍ପାନି ଏପରି ଏକ ପ୍ରଡକ୍ଟ ବାହାର କରିବାକୁ ଯାଉଛି । ଭବିଷ୍ୟତରେ ସ୍ମାର୍ଟଫୋନ କିପରି ହେବ ସେନେଇ ଲୋକଙ୍କ ମନରେ ପ୍ରଶ୍ନ ଆସିଥାଏ ।

ଆପଲର ପୂର୍ବତନ କର୍ମଚାରୀମାନେ ମିଶି ହ୍ୟୁମାନ ନାମକ ଏକ କମ୍ପାନି ଗଢିଥିଲେ । ୫ ବର୍ଷ ପୂର୍ବେ ଆରମ୍ଭ କରିଥିଲେ ଏହି କମ୍ପାନି । ଯାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସ୍ମାର୍ଟ ଡିଭାଇସର ଭବିଷ୍ୟତ ଉପରେ କାମ କରିବା । ଏବଂ ଆରମ୍ଭ କରିଥିଲେ ଏଭଳି ଏକ ପ୍ରୋଜେକ୍ଟ ଯେଉଁଥିରେ ସ୍ମାର୍ଟଫୋନ ରହିବ କିନ୍ତୁ ଏଥିରେ ପରଦା ରହିବ ନାହିଁ । କଥାଟି କୌତୁହଳ ଲାଗୁଥିଲେ ବି ସତ । ହ୍ୟୁମାନ ଆଧୁନିକ ଦୁନିଆରେ ଏଆଇ ବା ଆର୍ଟିଫିସିଆଲ ଇଂଟେଲିଜେନ୍ସକୁ ବ୍ୟବହାର କରି ପ୍ରସ୍ତୁତ କରିବା ନୂଆ ଆଡଭାନ୍ସ ଡିଭାଇସ । ହ୍ୟୁମାନର ଏହି ନୂଆ ଡିଭାଇସ ସ୍ମାର୍ଟଫୋନକୁ ମଧ୍ୟ ରିପ୍ଲେସ କରିବାର କ୍ଷମତା ରଖିଛି । ଏହି ଡିଭାଇସକୁ ଜଣେ ଚାହିଁଲେ ଜଣେ ସାର୍ଟ ପକେଟରେ ରଖି ପାରିବେ । ଯେଉଁଥିରେ କ୍ୟାମେରା, ପ୍ରୋଜେକ୍ଟର ଏବଂ ସ୍ପିକର ଲାଗିଛି ।

ଏପ୍ରିଲ ମାସରେ ହ୍ୟୁମାନର କର୍ମଚାରୀ ଏକ ଶୋ ରେ ଏହି ଡିଭାଇସ ଓ ଏହାର ଫିଚର ବିଷୟରେ ସୂଚନା ଦେଇଥିଲେ । ଶୋ ରେ ଷ୍ଟେଜ ଉପରେ ସେ ଏନେଇ ଆଲୋଚନା କରୁଥିବା ବେଳେ ତାଙ୍କ ଫୋନ ରିଂ ହୋଇଥିଲା । ଏହା ପରେ ପ୍ରୋଜେକ୍ଟରରେ ଏହାକୁ ସମସ୍ତଙ୍କୁ ଦେଖାଇଥିଲେ । ଯେଉଁଥିରେ ତାଙ୍କ ହାତରେ ବ୍ୟକ୍ତିଙ୍କ ନାଁ ଆସୁଥିବା ବେଳେ କଲ ଆନ୍ସର ବା ରିଜେକ୍ଟ କରିବାର ଅପସନ ଦେଖେଇଥିଲା । ପରେ ଡିଭାଇସ ଉପରେ ସେ ନିଜ ଆଙ୍ଗୁଠି ରଖିଥିଲେ । ଏହା ପରେ ସେ ଏକ ସେଂଟେନ୍ସ କହିଥିଲେ । ଯାହା ପରେ ଡିଭାଇସ ଏହାକୁ ଟ୍ରାନ୍ସଲେଟ କରିଥାଏ । ପରେ ପରେ ହ୍ୟୁମାନର ଏହି ପ୍ରଡକ୍ଟ ଇମେଲ୍ସ, କ୍ୟାଲେଣ୍ଡର ଓ ଅଲଗା ମେସେଜ ଗୁଡିକୁ ମଧ୍ୟ ପଢିକି ଶୁଣାଇଥାଏ । ଡିଭାଇସର ଅନ୍ୟ ରୋଚକ ଫିଚର ଗୁଡ଼ିକ ବିଷୟରେ ମଧ୍ୟ ସେ ସୂଚନା ଦେଇଥିଲେ । ଯଦି କିଛି ଖାଇବା ଜିନିଷ ଖାଇ ଡିଭାଇସକୁ ପଚରାଯାଏ, ଯେ ବ୍ୟକ୍ତି ଜଣକ କ’ଣ ଖାଉଛନ୍ତି, ଡିଭାଇସ ଏହାର ସଠିକ ଉତ୍ତର ଦେବାରେ ସକ୍ଷମ । କେବଳ ଏତିକି ନୁହେଁ, ଉତ୍ତର ଦେବା ସହ ଏହି ଜିନିଷରେ ବ୍ୟକ୍ତିଙ୍କର କିଛି ଅସୁବିଧା ହେଉଛି କି ନାହିଁ, ଏବଂ କ’ଣ କରିବା ଆବଶ୍ୟକ ତାହା ମଧ୍ୟ ଦର୍ଶାଇଥାଏ । ତେବେ ଏହି ପ୍ରଡକ୍ଟ ମଣିଷର କିଛି ଜିନିଷକୁ ସହଜ କରିବ ବୋଲି ଆଶା କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ