Masthead

ଚାଲିଛି ବାହାର କାନ୍ଥର ଲେଜର ସ୍କାନିଂ

ପୁରୀ (ବଡ଼ ଖବର ବ୍ୟୁରୋ): ହାଇଲେବଲ କମିଟି ଗଠନକୁ ଡ଼ର । ଲେଜର ସ୍କାନିଂ ଉପରେ ନଜର । ୫ ବର୍ଷ ତଳୁ ଜଣାପଡ଼ିଲାଣି ଭିତର ରତ୍ନଭଣ୍ଡାର ସ୍ଥିତି ଦୁର୍ବଳ । ଆରମ୍ଭ ହୋଇଛି ରତ୍ନଭଣ୍ଡାର ବାହାର କାନ୍ଥର ଲେଜର୍ ସ୍କାନିଂ । ରତ୍ନଭଣ୍ଡାରର ଘଣ୍ଟିଦ୍ୱାର ଓ ନାଭିକଟା ମଣ୍ଡପର ମଝି ଅଂଶରେ ତିନୋଟି ସ୍ଥାନରେ ଲେଜର ସ୍କାନ କରାଯାଉଛି। ୧୫ ଦିନର ସମୟ ମଧ୍ୟରେ ରତ୍ନଭଣ୍ଡାର ସ୍ଥିତି ସମ୍ପର୍କରେ ରିପୋର୍ଟ ଦେବ ଏଏସଆଇ ।

ଆଜି ବାହାର କାନ୍ଥର ଲେଜର ସ୍କାନିଂ କରାଯାଉଛି । ଦକ୍ଷିଣ ପାଶ୍ୱର କାନ୍ଥର ଅନୁଧ୍ୟାନ କରାଯାଉଛି । ପ୍ରଥମ ଦିନରେ ଅମୁହାଁ ଦେଉଳର ଉତର-ପଶ୍ଚିମ ଓ ଉତର-ପୂର୍ବର ୩୭ଟି ପଏଂଟରେ ଲେଜର ସ୍କାନିଂ ଡକୁମେଂଟେସନ ଶେଷ ହୋଇଛି । ଲେଜର ସ୍କାନିଂ କ୍ୟାମେରା ୩୬୦ ଡିଗ୍ରୀରେ ୩ଡି ଫଟୋ ଉତୋଳନ କରାଯାଉଛି । କେତେ ଜାଗାରେ ଫାଟ ରହିଛି, ଏହା କେଉଁ ଅବସ୍ଥାରେ ରହିଛି, ସବୁର ଟିକିନିକି ଯାଂଚ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼