Before Header

ଟନେଲ ଭିତରେ କେମିତି ଶ୍ରମିକ କାଟୁଥିଲେ ଜୀବନ ?

0 719

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଟନେଲ ଭିତରେ କେମିତି ଶ୍ରମିକ କାଟୁଥିଲେ ଜୀବନ । କେମିତି ଥିଲା ଜୀବନ ଶୈଳୀ । କ’ଣ ଖାଉଥିଲେ କେମିତି ଶୋଉଥିଲେ? ଉଦ୍ଧାର ପରେ ଶ୍ରମିକଙ୍କ ଏବେ କିଛି ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳିଛି କି, ଟନେଲ ଭିତରେ କେମିତି ଦିନ କାଟୁଥିଲେ ଶ୍ରମିକ । ସାମ୍ନାକୁ ଆସିଥିବା ଫଟୋରେ ଦେଖିବାକୁ ମିଳିଛି କେମିତି ଶ୍ରମିକମାନେ ଦିନ କାଟୁଥିଲେ । ଗୋଟିଏ ଫଟେରେ ନଜର ଆସିଛି କି, ଶ୍ରମିକଙ୍କ ନିକଟକୁ ପଠାଯାଉଥିବା ଖାଦ୍ୟ ବୋତଲକୁ ଖାଇବା ପରେ ଗୋଟିଏ ସ୍ଥାନରେ ସାଇତି ରଖାଯାଇଛି । ପାଖରେ ଫଳ ଥୁଆ ହୋଇଛି । କଦଳୀ, ସେଓ ଏବଂ ଅନ୍ୟାନ୍ୟ ଫଳମୂଳ ଶ୍ରମିକଙ୍କ ନିକଟକୁ ପାଇପ ଯୋଗେ ପଠାଯାଉଥିଲା ।

ତେବେ ଉଦ୍ଧାର ପରି ଫସିଥିବା ଶ୍ରମିକଙ୍କୁ ପଚାରିବାରୁ ସେ କହିଥିଲେ, ଆମେ କେବେ ଆଶା ଛାଡିନଥିଲୁ । ଆମେ ଜାଣିଥିଲୁ ଆମକୁ ସୁରକ୍ଷିତ ଉଦ୍ଧାର କରିନିଆଯିବ । କିନ୍ତୁ କେଉଁଠିନା କେଉଁଠି ମନରେ ଡର ବି ଥିଲା । ଏବେ ଉଦ୍ଧାର ହେବା ପରେ ଲାଗୁଛି ନୂଆ ଜୀବନ ପାଇଗଲୁ । ଉଦ୍ଧାର ହେବା ପରେ କିଛି ଶ୍ରମିକଙ୍କ ମୁହଁରେ ହସ ଦେଖିବାକୁ ମିଳିଥିଲା । ତେବେ ୧୭ ଦିନ ରହିବା ପରେ ପାହାଡ଼ ଚିରି ବାହାରକୁ ବାହାରିଥିଲେ ଯୋଦ୍ଧା । ଅନ୍ଧାରୀ ସୁଡ଼ଙ୍ଗରୁ ମୁକ୍ତି ପାଇ ପାଇଥିଲେ ନୂଆ ଜୀବନ ।

Leave A Reply

Your email address will not be published.