Masthead

ଟନେଲରୁ ଶ୍ରମିକଙ୍କୁ ଉଦ୍ଧାର କରିବା ପଛରେ କିଏ ଥିଲେ ପ୍ରକୃତ ହିରୋ?

https://youtu.be/XcZlSpnmPxs

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଉଦ୍ଧାର ହୋଇଛନ୍ତି ୪୧ ଶ୍ରମିକ । ପାଇଛନ୍ତି ନୂଆ ଜୀବନ । ୧୭ ଦିନର ସଂଘର୍ଷ ପରେ ଅନ୍ଧାରି ଟନେଲରୁ ସେମାନଙ୍କୁ କରାଯାଇଥିଲା ଉଦ୍ଧାର । ସାରା ଦେଶ ମନାଉଛି ଉତ୍ସବ । ତେବେ ମିଶନ ଟନେଲ ପଛର ହିରୋଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ଏନଡିଆରଏଫର ସହାୟତାରେ ଏହାକୁ ସଫଳ କରାଗଲା । ତେବେ ଏହି ଅପରେସନ ପଛରେ ଲିଡ କରିଥିଲେ ପ୍ରଫେସର ଆର୍ନୋଲ୍ଡ ଡିକ୍ସ । ସେ ହେଉଛନ୍ତି ଅନ୍ତର୍ଜାତୀୟ ଟନେଲିଂ ଓ ଅଣ୍ଡରଗ୍ରାଉଣ୍ଡ ସ୍ପେଶ ଆସୋସିଏସନର ସଭାପତି । ସେ ଭୂତଳ ପରିବହନ କ୍ଷେତ୍ରରେ ବିଶେଷଜ୍ଞ । ଭୂତଳ ପରିବହନରେ ଥିବା ଅସୁବିଧା ଓ ଏହାର ସମାଧାନ ଦିଗରେ ତାଙ୍କ ପରାମର୍ଶ ପ୍ରଭାବୀ ହୋଇଥାଏ । ସେ ଏକ୍ଷେତ୍ରରେ ବିଶ୍ୱର ସର୍ବଶ୍ରେଷ୍ଠ ବିଶେଷଜ୍ଞଙ୍କ ଭିତରୁ ଜଣେ । ଉତ୍ତରକାଶୀ ଟନେଲରେ ଫସିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଆର୍ନୋଲ୍ଡ ଦେଇଥିଲେ ପରାମର୍ଶ । ଦେଶବାସୀ ପ୍ରଫେସର ଆର୍ନୋଲ୍ଡ ଡିକ୍ସଙ୍କୁ ତାଙ୍କ କାର୍ଯ୍ୟ ପାଇଁ ଭୁଲିବ ନାହିଁ ।  ଅଧିକ ଖବର ପାଇଁ ଦେଖନ୍ତୁ ବଡ଼ ଖବର…

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ