Masthead

ଦ୍ରାବିଡ଼ ରହିବେ ମୁଖ୍ୟ କୋଚ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କିଏ ହେବ ଭାରତୀୟ କ୍ରିକେଟ ଦଳର କୋଚ? ବିଶ୍ୱକପ ଦଳ ହାରିବା ପରେ ରାହୁଲଙ୍କ ପଦ ରହିବେ କି? ଏହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଭାରତୀୟ ପୁରୁଷ କି୍ରକେଟ ଦଳ କୋଚ ପଦ ବଜାୟ ରଖିବେ ରାହୁଲ ଦ୍ରାବିଡ୍ । ଏ ନେଇ ଗ୍ରୀନ ସିଗନାଲ ଦେଇଛି ବିସିସିଆଇ । ସେହିପରି ବୋଲିଂ କୋଚ୍ ପାରାସ ମାହାମମ୍ବ୍ରେ, ବ୍ୟାଟିଂ କୋଚ୍ ବିକ୍ରମ ରାଠୋର ଏବଂ ଫିଲ୍ଡିଂ କୋଚ୍ ଟି. ଦିଲ୍ଲୀପଙ୍କ କାର୍ଯ୍ୟକାଳକୁ ମଧ୍ୟ ବୃଦ୍ଧି କରାଯାଇଛି । ଡିସେମ୍ବର ୧୦ରୁ ଆରମ୍ଭ ହେବାକୁ ଥିବା ଭାରତ- ଦକ୍ଷିଣ ଆଫି୍ରକା ସିରିଜରୁ ଏମାନଙ୍କ ଦ୍ୱିତୀୟ ଇନିଂସ ଆରମ୍ଭ ହେବ । ଆଗାମୀ ୨୦୨୪ରେ ହେବାକୁ ଥିବା ଟି-୨୦ ବିଶ୍ୱକପ ଯାଏଁ ଦ୍ରାବିଡଙ୍କ ସହ ବୋଲିଂ, ଫିଲ୍ଡିଂ କୋଚ୍ ରହିବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି ।

ବିଶ୍ୱକପ ୨୦୨୩ ଯାଏଁ ଟିମ୍ ଇଣ୍ଡିଆର କୋଚ୍ ଦ୍ରାବିଡଙ୍କ କାର୍ଯ୍ୟକାଳ ରହିଥିଲା । ତାଙ୍କର କାର୍ଯ୍ୟକାଳ ବ୍ୟାଇବା ନେଇ ବିସିସିଆଇ ତାଙ୍କୁ ଅଫର ଦେଇଥିଲା । ହେଲେ ଦ୍ରାବିଡ ଏହାକୁ ମନା କରିଦେଇଥିଲେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ବିସିସିଆଇ ଅନୁରୋଧ କରିବା ପରେ ରାହୁଲ ଦ୍ରାବିଡ ରାଜି ହୋଇଥିବା ଜଣାପଡ଼ିଛି । ୨୦୨୧ ନଭେମ୍ବର ୧୭ ତାରିଖରୁ ଭାରତୀୟ ସିନିୟର କ୍ରିକେଟ ଦଳର କୋଚ ପଦ ସମ୍ଭାଳିଥିଲେ କିମ୍ବଦନ୍ତୀ ବ୍ୟାଟର ରାହୁଲ ଦ୍ରାବିଡ । ଦଳକୁ ଭଲ ଫର୍ମରେ ରଖିବା ପଛରେ ତାଙ୍କର ଶ୍ରେୟ ରହିଛି । ଭାରତ-ଅଷ୍ଟ୍ରେଲିଆ ବର୍ଡର-ଗାଭାସ୍କର ଟ୍ରଫି, ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ରେ ଫାଇନାଲ ଖେଳିବା, ଟି-୨୦ ବିଶ୍ୱକପରେ ସେମିଫାଇନାଲ ଯାଏଁ ଯିବା, ଏସିଆ କପ୍ ହାତେଇବା, ୨୦୨୩ ବିଶ୍ୱକପରେ ଚମକ୍ରାର ପ୍ରଦର୍ଶନ କରି ଫାଇନାଲକୁ ଯିବା ପଛରେ ତାଙ୍କର ହାତ ରହିଛି । ଏହି ଦୁଇ ବର୍ଷ ଭିତରେ ଦଳକୁ ଅନେକ ଉପଲବ୍ଧି ମିଳିଛି । ସେ ଯାହା ହେଉନା କାହିଁକି ୨୦୨୪ରେ ହେବାକୁ ଥିବା ଟି-୨୦ ବିଶ୍ୱକପ ରାହୁଲଙ୍କ ନେତୃତ୍ୱରେ ଭାରତୀୟ ଦଳ ଜିତିବ ବୋଲି ଆଶା ବାନ୍ଧିଛନ୍ତି କ୍ରିକେଟ ପ୍ରେମୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ