Masthead

ଶବକୁ ନେଇ ଟଣାଓଟରା ହେଲେ ଦୁଇ ପୁଅ

ସୋର (ବଡ଼ ଖବର ବ୍ୟୁରୋ): ମା’ର ଶବକୁ ନେଇ ଟଣାଓଟରା । କିଏ ଶବ ସତ୍କାର କରିବ ତାହା ପାଇଁ ନୁହେଁ । ଶବକୁ ନେଇ ଟଣାଓଟରା ହେଲେ ଦୁଇ ପୁଅ । ୧୦ ମାସ ୧୦ ଦିନ ପେଟରେ ଗର୍ଭରେ ଧରିବା ପରେ ପେଟ ଚିରି ଜନ୍ମ ଦେଇଥିଲା ମା’ । ସହିଥିଲା କେତେ କଷ୍ଟ । ହେଲେ ଯେତେବେଳେ ପିଣ୍ଡରୁ ପ୍ରାଣ ଉଡ଼ିଗଲା ସେତେବେଳେ ପୁଅମାନଙ୍କ ଭିତରେ ତୁଟୁନି ବିବାଦ । ୩ ଦିନ ହେଲାଣି ଶବସକôାର ଅପେକ୍ଷାରେ ପଡିରହିଛି ଶବ । ଶବ ବ୍ୟବଚ୍ଛେଦକୁ ନେଇ ମୁଣ୍ଡ ଟେକୁଛି ବିବାଦ ।

ହୋଇପାରୁନି ସମାଧାନ, ହୋଇପାରୁନି ଶବ ସକôାର । ସୂଚନା ଅନୁସାରେ ସୋର ଥାନା ବାଳଙ୍ଗ ପଂଚାୟତ ସିମୁଳିଆ ଗ୍ରାମରେ ମାଳତୀ ବାରିକଙ୍କର ଦୁଇପୁଅଙ୍କ ମଧ୍ୟରୁ ବଡ଼ପୁଅ ନନ୍ଦକିଶୋର ବାରିକ ଘର ଠାରୁ ଅଲଗା ହୋଇ ରହୁଥିବା ବେଳେ ମାଳତୀ ଦୀର୍ଘବର୍ଷ ଧରି ସାନ ପୁଅ ଗୋବିନ୍ଦ ବାରିକ ପାଖରେ ରହୁଥିଲେ। ଆଜି ସକାଳେ ମାଳତୀ ଘର ପାଖରେ ପଡିଯାଇଥିବା ବେଳେ ସାନ ବୋହୁ ଏକ ଅଟୋରେ ମାଳତୀଙ୍କୁ ସୋର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବାରୁ ସେ ଶବ ବ୍ୟବଚ୍ଛେଦ ନକରାଇ ଘରକୁ ନେଇଯାଇଥିଲେ।

ଏ ବାବଦରେ ବଡ଼ ପୁଅ ନନ୍ଦକିଶୋର ଜାଣିବା ପରେ ତାଙ୍କ ମାକୁ ହତ୍ୟା କରାଯାଇଥିବାର ଅଭିଯୋଗ ନେଇ ଶବ ବ୍ୟବଚ୍ଛେଦ ପାଇଁ ପୁନଶ୍ଚ ସୋର ଡାକ୍ତରଖାନାରେ ପହଞ୍ଚିଥିଲେ। କିନ୍ତୁ ଡାକ୍ତର ପ୍ରଥମ ପର୍ୟ୍ୟାୟରେ ଶବ ବ୍ୟବଚ୍ଛେଦ କରାଯିବ ନାହିଁ ବୋଲି ମନା କରିବାରୁ ନନ୍ଦକିଶୋର ଅସନ୍ତୋଷ ପ୍ରକାଶ କରିବା ସହିତ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଡାକ୍ତରଖାନାରେ ପହଁଚି ଶବ ଜବତ କରି ବ୍ୟବଛେଦ ପାଇଁ ରଖିଥିବା ଜଣାପଡିଛି। ତେବେ ମା’ର ମରଶରୀରକୁ ନେଇ ଦୁଇ ପୁଅଙ୍କ ମଧ୍ୟରେ ଦେଖାଦେଇଥିବା ଟଣାଉଟରାକୁ ନେଇ ସ୍ଥାନୀୟ ଅଂଚଳରେ ନିନ୍ଦା କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ