Masthead

ଭୂପେଶ ନା ରମଣ ଛତିଶଗଡ଼ରେ କାହାର ଆସିବ ସରକାର?

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କ’ଣ ହେବ ଛତିଶଗଡର ମହାରଣନୀତି । ରହିବେ ଭୂପେଶ ନା ଫେରିବେ ରମଣ । ଇଭିଏମରେ ସିଲ ହୋଇଛି ନୂଆ ସରକାରଙ୍କ ଭାଗ୍ୟ । ସରକାର ନୂଆ ହେବ ନା ପୁରୁଣା ନୂଆ କରି ଆସିବ । ଛତିଶଗଡରେ ୯୦ ସିଟ ପାଇଁ ମତଦାନ ହୋଇଛି । ୯୫୮ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨କୋଟି ୩ଲକ୍ଷ ୮୦ହଜାର ୭୯ ଭୋଟର । ରବିବାର ଆସିବ ଫଳ । ଏଥର ଛତିଶଗଡରେ କିଏ ଗଢିବ ସରକାର । କଂଗ୍ରେସ, ବିଜେପି ମଧ୍ୟରେ ହେବ କଡା ଟକ୍କର । ଛତିଶଗଡରେ ରହିଛି କଂଗ୍ରେସ ଶାସିତ ଭୁପେଶ ବାଘେଲ ସରକାର । ଏଥର ମଧ୍ୟ ସେଠାରେ କଂଗ୍ରେସ ସରକାର ଗଢିବ ଯାହା ଏକଜିଟ ପୋଲ କହୁଛି ।

ଯଦି ଏକଜିଟ ପୋଲ ସତ ହୁଏ ତେବେ ପୁଣି କଂଗ୍ରେସ ଛତିଶଗଡରେ ନୂଆ ରୂପରେ ଆସିବ ଏବଂ ସରକାର ଗଢିବ । ଛତିଶଗଡରେ ବିଜେପିର ଦବଦବା ମଧ୍ୟ କିଛି କମ ନାହିଁ । ବିଜେପି ମଧ୍ୟ ୩୬ରୁ ୪୬ ସିଟରେ ଜିତିବା ନେଇ ଅନୁମାନ କରାଯାଉଛି । ଯଦି ୨୦୧୮ କଥା ଦେଖିବା ତେବେ ୨୦୧୮ରେ କଂଗ୍ରେସ ୬୮ ସିଟରେ ଜିତିଥିଲା ଏବଂ ବିଜେପି ପାଇଥିଲା ମାତ୍ର ୧୫ ସିଟ । ଚଳିତ ବର୍ଷ କଂଗ୍ରେସ ମହିଳା ଭୋଟ, କୃଷକ ଭୋଟ ଅଧିକ ମିଳିବ । କଂଗ୍ରେସ ଯେଉଁସବୁ ପ୍ରସଙ୍ଗକୁ ଅସ୍ତ୍ର କରି ରଣାଙ୍ଗନକୁ ଓହ୍ଲାଇଥିଲା, ସେଥିରେ ଯଦି ବିଫଳ ହୁଏ ତେବେ ଫାଇନାଲରେ କ’ଣ ପ୍ରସଙ୍ଗ କରିବ ତାକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ଯଦି ସଫଳତା ହାସଲ କରେ ତେବେ ତାହା ବିଜେପି ପାଇଁ ଚିନ୍ତାର କାରଣ ପାଲଟିପାରେ ବୋଲି ମଧ୍ୟ ଆଲୋଚନା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ