Masthead

ପ୍ରେମ ପାଇଁ ବାଂଲାଦେଶରୁ ବାଲେଶ୍ୱର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରେମ ମାନେନା ବନ୍ଧ ବାଡ଼ । ପ୍ରେମ ପାଇଁ ସବୁ ମାପ । ସେଥିପାଇଁ ତ କୁହାଯାଏ ପ୍ରେମ ଶାଶ୍ୱତ ଓ ଚିରନ୍ତନ । ତେବେ ଏଭଳି କିଛି ପ୍ରେମ କାହାଣୀ ଯାହା ପ୍ରେମିକଙ୍କ ପାଖକୁ ଟାଣି ଆଣିଛି । ସେ ପୁଣି ସୁଦୂର ବାଂଲାଦେଶରୁ । ସ୍ୱାମୀକୁ ଖୋଜି ଖୋଜି ବାଲେଶ୍ୱରରେ ପହଞ୍ଚିଛନ୍ତି ବାଂଲାଦେଶୀ ଝିଅ । ଫେସବୁକରେ ବନ୍ଧୁତା । ବନ୍ଧୁତାରୁ ପ୍ରେମ ସଂପର୍କ । ପ୍ରେମ ପରେ ବିବାହ । କିଛି ଏମିତି ଘଟିଛି । ହେଲେ ବିଡ଼ମ୍ବାନା ସ୍ୱାମୀ ଏବେ ଚିହ୍ନିବାକୁ ରାଜି ହେଉନି ।

ଖାଲି ସେତିକି ନୁହେଁ ବାଲେଶ୍ୱରରେ କରିଛି ଦ୍ୱିତୀୟ ବିବାହ । ଏଭଳି ପ୍ରତାରଣାର ଶିକାର ହୋଇଥିବା କହିଛନ୍ତି ବାଂଲାଦେଶ କୁଆକଟା ଅଂଚଳର ଝିଅ ରୁମା ମାରିଆମ୍ । ବାଲେଶ୍ୱରର କମରଦା ଥାନା ଅଂଚଳର ଭୁଦକୁସମୀ ଗାଁର ରାଜ ଓରଫ ପ୍ରତାପ ଭଞ୍ଜ ତାଙ୍କୁ ବିବାହ କରି ପ୍ରତାରଣା କରିଥିବା ସେ ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ପ୍ରତାପଙ୍କ ପରିବାର ଲୋକେ ତାଙ୍କୁ ଘରୁ ତଡି ଦେଇଛନ୍ତି । ଏବେ ରୁମା ଆଇନର ଆଶ୍ରୟ ନେଇଛନ୍ତି । ପ୍ରତାପଙ୍କ ଅନ୍ତରଙ୍ଗ ମୂହୂର୍ତର ଫୋଟ, ଭିଡିଓ ଦେଖାଇ ସ୍ତ୍ରୀ ଅଧିକାର ପାଇବାକୁ ସେ ଦାବି କରୁଛନ୍ତି ।

ଭୁଦକୁସମୀ ଗାଁର ପ୍ରତାପ ଭଞ୍ଜଙ୍କ ସହ ୨୦୧୮ରେ ରୁମାଙ୍କ ବନ୍ଧୁତା ହୋଇଥିଲା । କିଛି ଦିନର ବନ୍ଧୁତା ପରେ ଦୁହେଁ ପ୍ରେମରେ ପଡିଥିଲେ । ଏହାପରେ ପ୍ରତାପ ବାଂଲାଦେଶ ଯାଇ ସେଠାକାର ଏକ ମସଜିଦରେ ମୌଲାନଙ୍କ ଉପସ୍ଥିତିରେ ରୁମାଙ୍କୁ ବିବାହ କରିଥିଲେ । କିଛି ଦିନ ବାଂଲାଦେଶରେ ରହି ପ୍ରତାପ ପୁଣି ବାଲେଶ୍ୱର ଫେରି ଆସିଥିଲେ । ଏପଟେ ପ୍ରତାପ ଘରକୁ ଫେରି ଦ୍ୱିତୀୟ ବିବାହ କରିଥିଲେ । ଏହି ଖବର ପାଇବା ପରେ ଭିସା ନଥିବାରୁ ତୁରନ୍ତ ଆସିନପାରିନଥିଲେ ରୁମା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼