Masthead

ପ୍ରେମ ପାଇଁ ବାଂଲାଦେଶରୁ ବାଲେଶ୍ୱର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରେମ ମାନେନା ବନ୍ଧ ବାଡ଼ । ପ୍ରେମ ପାଇଁ ସବୁ ମାପ । ସେଥିପାଇଁ ତ କୁହାଯାଏ ପ୍ରେମ ଶାଶ୍ୱତ ଓ ଚିରନ୍ତନ । ତେବେ ଏଭଳି କିଛି ପ୍ରେମ କାହାଣୀ ଯାହା ପ୍ରେମିକଙ୍କ ପାଖକୁ ଟାଣି ଆଣିଛି । ସେ ପୁଣି ସୁଦୂର ବାଂଲାଦେଶରୁ । ସ୍ୱାମୀକୁ ଖୋଜି ଖୋଜି ବାଲେଶ୍ୱରରେ ପହଞ୍ଚିଛନ୍ତି ବାଂଲାଦେଶୀ ଝିଅ । ଫେସବୁକରେ ବନ୍ଧୁତା । ବନ୍ଧୁତାରୁ ପ୍ରେମ ସଂପର୍କ । ପ୍ରେମ ପରେ ବିବାହ । କିଛି ଏମିତି ଘଟିଛି । ହେଲେ ବିଡ଼ମ୍ବାନା ସ୍ୱାମୀ ଏବେ ଚିହ୍ନିବାକୁ ରାଜି ହେଉନି ।

ଖାଲି ସେତିକି ନୁହେଁ ବାଲେଶ୍ୱରରେ କରିଛି ଦ୍ୱିତୀୟ ବିବାହ । ଏଭଳି ପ୍ରତାରଣାର ଶିକାର ହୋଇଥିବା କହିଛନ୍ତି ବାଂଲାଦେଶ କୁଆକଟା ଅଂଚଳର ଝିଅ ରୁମା ମାରିଆମ୍ । ବାଲେଶ୍ୱରର କମରଦା ଥାନା ଅଂଚଳର ଭୁଦକୁସମୀ ଗାଁର ରାଜ ଓରଫ ପ୍ରତାପ ଭଞ୍ଜ ତାଙ୍କୁ ବିବାହ କରି ପ୍ରତାରଣା କରିଥିବା ସେ ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ପ୍ରତାପଙ୍କ ପରିବାର ଲୋକେ ତାଙ୍କୁ ଘରୁ ତଡି ଦେଇଛନ୍ତି । ଏବେ ରୁମା ଆଇନର ଆଶ୍ରୟ ନେଇଛନ୍ତି । ପ୍ରତାପଙ୍କ ଅନ୍ତରଙ୍ଗ ମୂହୂର୍ତର ଫୋଟ, ଭିଡିଓ ଦେଖାଇ ସ୍ତ୍ରୀ ଅଧିକାର ପାଇବାକୁ ସେ ଦାବି କରୁଛନ୍ତି ।

ଭୁଦକୁସମୀ ଗାଁର ପ୍ରତାପ ଭଞ୍ଜଙ୍କ ସହ ୨୦୧୮ରେ ରୁମାଙ୍କ ବନ୍ଧୁତା ହୋଇଥିଲା । କିଛି ଦିନର ବନ୍ଧୁତା ପରେ ଦୁହେଁ ପ୍ରେମରେ ପଡିଥିଲେ । ଏହାପରେ ପ୍ରତାପ ବାଂଲାଦେଶ ଯାଇ ସେଠାକାର ଏକ ମସଜିଦରେ ମୌଲାନଙ୍କ ଉପସ୍ଥିତିରେ ରୁମାଙ୍କୁ ବିବାହ କରିଥିଲେ । କିଛି ଦିନ ବାଂଲାଦେଶରେ ରହି ପ୍ରତାପ ପୁଣି ବାଲେଶ୍ୱର ଫେରି ଆସିଥିଲେ । ଏପଟେ ପ୍ରତାପ ଘରକୁ ଫେରି ଦ୍ୱିତୀୟ ବିବାହ କରିଥିଲେ । ଏହି ଖବର ପାଇବା ପରେ ଭିସା ନଥିବାରୁ ତୁରନ୍ତ ଆସିନପାରିନଥିଲେ ରୁମା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ