Masthead

ମଙ୍ଗୁ ମଠ ପୁନଃରୁଦ୍ଧାର କାର୍ଯ୍ୟ ତଦାରଖ କଲେ ଜାତୀୟ ସଂଖ୍ୟାଲଘୁ କମିଶନ ଅଧକ୍ଷ

ପୁରୀ(ବଡ଼ ଖବର ବ୍ୟୁରୋ): ଜାତୀୟ ସଂଖ୍ୟାଲଘୁ କମିଶନ ଅଧକ୍ଷଙ୍କ ମଙ୍ଗୁ ମଠ ପୁନଃରୁଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି । ଶ୍ରୀମନ୍ଦିର ଚାରିପାଖରେ ଚାଲିଥିବା ଉନ୍ନତିକରଣ କାର୍ଯ୍ୟ ପାଇଁ ଆଖପାଖର ବହୁ ମଠ ମନ୍ଦିର ଭାଙ୍ଗିଦେଇଥିଲେ ସରକାର । ପରେ ବିରୋଧ ହେବା ପରେ ସରକାର ବିଭିନ୍ନ ମଠମାନଙ୍କର ଉନ୍ନତିକରଣ କରୁଛନ୍ତି ।

ଶ୍ରୀମନ୍ଦିର ୭୫ ମିଟର ସୁରକ୍ଷା ଜୋନରୁ ଉଚ୍ଛେଦ ହୋଇଥିବା ୧୮ଟି ମଠରୁ ମଙ୍ଗୁ ମଠ ସର୍ବାଧିକ ବିବାଦୀୟ ହୋଇଥିଲା। ମଙ୍ଗୁମଠ ସମ୍ମୁଖରେ ଶିଖ୍ ସଂପ୍ରଦାୟ ଗୁରୁ ନାନକ ଆରତୀ କରିଥିଲେ। ସେଥିପାଇଁ ମଙ୍ଗୁ ମଠ ଉଚ୍ଛେଦ ସମୟରେ ଶିଖ୍ ସଂପ୍ରଦାୟର ଲୋକମାନେ ବିରୋଧ କରିଥିଲେ । ତକ୍ରାଳୀନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦେର ସିଂହ ମଠର ସଂରକ୍ଷଣ ପାଇଁ ୨୦୧୯ରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ ଯୋଗେ ଚିଠି ଲେଖିଥିଲେ। ଓଡ଼ିଶା ପରିଦର୍ଶନରେ ଆସିଥିବା ସଂଖ୍ୟାଲଘୁ କମିଶନ ଅଧକ୍ଷ ମଙ୍ଗୁ ମଠ ପରିଦର୍ଶନ କରିଥିଲେ । ପରେ ଏହି ପ୍ରସଙ୍ଗରେ ଜାତୀୟ ସଂଖ୍ୟାଲଘୁ କମିଶନ ଅଧକ୍ଷଙ୍କ ସହ ଜିଲ୍ଲା ପ୍ରଶାସନର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଗୁରୁଦ୍ୱାର କମିଟିର ୧୦ ଜଣିଆ ପ୍ରତିନିଧିମଣ୍ଡଳୀ ଜିଲ୍ଲା ପ୍ରଶାସନ ସହ ମଠ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଜାତୀୟ ସଂଖ୍ୟାଲଘୁ କମିଶନ ଅଧକ୍ଷଙ୍କ ସହ ଆସିଥିବା ପ୍ରତିନିଧିମଣ୍ଡଳୀ ମଙ୍ଗୁ ମଠ ଯାଇ ଚାଲିଥିବା କାମର ତଦାରଖ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ