Masthead

ଟ୍ରକ ଧକ୍କାରେ ଉପୁଡ଼ିଲା ଗାନ୍ଧିଛକ ହାଇମାଷ୍ଟ ଲାଇଟ

ବ୍ରଜରାଜନଗର, (ବଡ଼ ଖବର ବ୍ୟୁରୋ): ରବିବାର ବିଳମ୍ବିତ ରାତି ଟ୍ରକ ଧକ୍କାରେ ଗାନ୍ଧିଛକ ଗୋଲେଇ ନଷ୍ଟ ହୋଇଯାଇଥିବା ବେଳେ ଛକରେ ଥିବା ହାଇମାଷ୍ଟ ଲାଇଟ ଉପୁଡ଼ିଯାଇଛି। ସୂଚନା ଅନୁସାରେ, ଗତ ରାତି ପ୍ରାୟ ୧ଟା ସମୟରେ ବେଳପାହାଡ଼ ପଟୁ ଆସୁଥିବା ଟ୍ରକ ଗାନ୍ଧିଛକ ଗୋଲେଇକୁ ଧକ୍କା ଦେଇ ତା ଉପରେ ଚଢ଼ି ଯାଇଥିଲା। ଦୁର୍ଘଟଣା ଯୋଗୁ ଗାନ୍ଧିଛକକୁ ଆଲୋକିତ କରୁଥିବା ହାଇମାଷ୍ଟ ଲାଇଟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଲାଇଟ ଖୁଣ୍ଟଟି ଗାଡି ତଳେ ଚାପି ହୋଇ ରହିଥିଲା। ଖବର ପାଇ ବ୍ରଜରାଜନଗର ଆଇଆଇସି ଲଳିତା ମୋଦି ଏବଂ ଗାନ୍ଧିଛକ ଫାଣ୍ଡି ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣାଟି ବ୍ୟସ୍ତ ବହୁଳ ୪୯ ନମ୍ବର ଜାତୀୟ ରାଜପଥ ତଥା ବ୍ରଜରାଜନଗରର ପ୍ରବେଶ ପଥରେ ଘଟିଥିବାରୁ ପୋଲିସ ତୁରନ୍ତ ଟ୍ରକକୁ ରାସ୍ତାରୁ ହଟାଇଥିଲା। କ୍ଷତିଗ୍ରସ୍ତ ହାଇମାଷ୍ଟ ଲାଇଟକୁ ମଧ୍ୟ ଅନ୍ୟ ଜାଗାକୁ ସ୍ଥାନାନ୍ତର କରିଥିଲା। ଅପରପକ୍ଷେ ଦୁର୍ଘଟଣା ଘଟାଇଥିବା ଟ୍ରକଟି ଝାଡ଼ଖଣ୍ଡର ହୋଇଥିବା ବେଳେ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଆଇଆଇସି ମୋଦି କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା