ଟ୍ରକ ଧକ୍କାରେ ଉପୁଡ଼ିଲା ଗାନ୍ଧିଛକ ହାଇମାଷ୍ଟ ଲାଇଟ

ବ୍ରଜରାଜନଗର, (ବଡ଼ ଖବର ବ୍ୟୁରୋ): ରବିବାର ବିଳମ୍ବିତ ରାତି ଟ୍ରକ ଧକ୍କାରେ ଗାନ୍ଧିଛକ ଗୋଲେଇ ନଷ୍ଟ ହୋଇଯାଇଥିବା ବେଳେ ଛକରେ ଥିବା ହାଇମାଷ୍ଟ ଲାଇଟ ଉପୁଡ଼ିଯାଇଛି। ସୂଚନା ଅନୁସାରେ, ଗତ ରାତି ପ୍ରାୟ ୧ଟା ସମୟରେ ବେଳପାହାଡ଼ ପଟୁ ଆସୁଥିବା ଟ୍ରକ ଗାନ୍ଧିଛକ ଗୋଲେଇକୁ ଧକ୍କା ଦେଇ ତା ଉପରେ ଚଢ଼ି ଯାଇଥିଲା। ଦୁର୍ଘଟଣା ଯୋଗୁ ଗାନ୍ଧିଛକକୁ ଆଲୋକିତ କରୁଥିବା ହାଇମାଷ୍ଟ ଲାଇଟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଲାଇଟ ଖୁଣ୍ଟଟି ଗାଡି ତଳେ ଚାପି ହୋଇ ରହିଥିଲା। ଖବର ପାଇ ବ୍ରଜରାଜନଗର ଆଇଆଇସି ଲଳିତା ମୋଦି ଏବଂ ଗାନ୍ଧିଛକ ଫାଣ୍ଡି ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣାଟି ବ୍ୟସ୍ତ ବହୁଳ ୪୯ ନମ୍ବର ଜାତୀୟ ରାଜପଥ ତଥା ବ୍ରଜରାଜନଗରର ପ୍ରବେଶ ପଥରେ ଘଟିଥିବାରୁ ପୋଲିସ ତୁରନ୍ତ ଟ୍ରକକୁ ରାସ୍ତାରୁ ହଟାଇଥିଲା। କ୍ଷତିଗ୍ରସ୍ତ ହାଇମାଷ୍ଟ ଲାଇଟକୁ ମଧ୍ୟ ଅନ୍ୟ ଜାଗାକୁ ସ୍ଥାନାନ୍ତର କରିଥିଲା। ଅପରପକ୍ଷେ ଦୁର୍ଘଟଣା ଘଟାଇଥିବା ଟ୍ରକଟି ଝାଡ଼ଖଣ୍ଡର ହୋଇଥିବା ବେଳେ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଆଇଆଇସି ମୋଦି କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’