Masthead

ତିନି ରାଜ୍ୟ ପାଇଁ ବିଜେପି ଘୋଷଣା କଲା ପର୍ଯ୍ୟବେକ୍ଷକଙ୍କ ନାମ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କିଏ ହେବ ସିଏମ୍ । କାହା ମୁଣ୍ଡରେ ସୁନା ମୁକୁଟ । ମଧ୍ୟପ୍ରଦେଶ, ରାଜସ୍ଥାନ ଛତିଶଗଡ଼ ରାଜ୍ୟରେ କିଏ ସମ୍ଭାଳିବ ଦାୟିତ୍ୱ । ମୁଖ୍ୟମନ୍ତ୍ରୀ ରେସକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବିଜେପି ଆପଣାଇଛି ଭିନ୍ନ ତରିବା । ତିନି ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ତାଲିକା ପ୍ରକାଶ କରିଛି ଭାରତୀୟ ଜନତା ପାର୍ଟି । ମଧ୍ୟପ୍ରଦେଶ ପାଇଁ ହରିୟାଣା ସିଏମ ମନୋହର ଲାଲ ଖଟ୍ଟର, କେ ଲକ୍ଷ୍ମଣ, ଆଶା ଲାକ୍ରାଙ୍କୁ ଦାୟିତ୍ୱ ଦିଆଯାଇଛି । ସେପଟେ ରାଜସ୍ଥାନ ପାଇଁ ରାଜନାଥ ସିଂ, ବିନୋଦ ତାୱଡେ, ସରୋଜ ପାଣ୍ଡେଙ୍କ ପର୍ଯ୍ୟବେକ୍ଷକ ଭାବେ ବଛା ଯାଇଛି । ଛତିଶଗଡ଼ ରାଜ୍ୟ ପାଇଁ ଅର୍ଜୁନ ମୁଣ୍ଡା, ସର୍ବାନନ୍ଦ ସୋନୋୱାଲ ଓ ଦୁଷ୍ୟନ୍ତ ଗୌତମଙ୍କ ନାଁ ଉପରେ ମୋହର ମାରିଛି ବିଜେପି ପାର୍ଟି ।

ଏହି ପର୍ଯ୍ୟବେକ୍ଷକମାନେ ତିନି ରାଜ୍ୟକୁ ଯାଇ ବିଭିନ୍ନ ଦିଗକୁ ନେଇ ତର୍ଜମା କରିବେ । ବିଧାୟକମାନଙ୍କ ସହ ଆଲୋଚନା କରିବେ । ଶେଷରେ ଫାଇନାଲ ରିପୋର୍ଟ ହାଇକମାଣ୍ଡକୁ ଦେବେ । ଆଉ ତାପରେ ହାଇକମାଣ୍ଡ ହିଁ ନିଷ୍ପତ୍ତି ନେବେ ଯେ ଏହି ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବ । ତିନି ରାଜ୍ୟରେ ଭାରତୀୟ ଜନତା ପାର୍ଟି ବିଜୟ ଲାଭ କରିବା ପରେ କିଏ ହେବେ ମୁଖ୍ୟମନ୍ତ୍ରୀ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା । ସିଏମ୍ ରେସରେ ଅନେକ ନା ଆଗକୁ ଆସିଥିବା ବେଳେ ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ବସୁନ୍ଧରା ରାଜେ ଓ ରମଣ ସିଂଙ୍କ ଉପରେ ଆଉ ଭରସା କରିପାରୁନାହିଁ ଦଳ । ନୂଆ ଚେହେରାକୁ ଆଗକୁ ଆଣିବାକୁ ଚାହୁଁଛି ପାର୍ଟି । ଖୁବଶୀଘ୍ର ଜଣାପଡ଼ିବ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ର କିଏ ହେବ ମୁଖ୍ୟମନ୍ତ୍ରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼