ଡିଭାଇଡର ଉପରକୁ ଚଢିଗଲା ବୋଲେରୋ, ଝୁଲନ୍ତା ଅବସ୍ଥାରେ ରହିଛି ବିଦ୍ୟୁତ ପୋଲ

ଆସିକା (ବଡ଼ ଖବର ବ୍ୟୁରୋ): ଗଞ୍ଜାମ ଜିଲ୍ଲା କଳିଙ୍ଗ ରୋଡ ଠାରେ ଡିଭାଇଡର ଉପରକୁ ମାଡିଗଲା ଵୋଲେରୋ । ବିଳମ୍ବିତ ରାତିରେ ବୋଲେରୋଟି ବ୍ରହ୍ମପୁରକୁ ଯାଉଥିବା ବେଳେ ଡିଭାଇଡର ଉପରକୁ ମାଡିଯାଇ ବିଦ୍ୟୁତ ପୋଲକୁ ପିଟିଥିଲା । ଦୁର୍ଘଟଣା ଏତେ ଜୋରରେ ଥିଲା ଯେ ବିଦ୍ୟୁତ ପୋଲ ଏବେ ଝୁଲନ୍ତା ଅବସ୍ଥାରେ ରହିଛି । ଏହି ଦୁର୍ଘଟଣା ବିଳମ୍ବିତ ରାତିରେ ହୋଇଥିବା ବେଳେ ବିଦ୍ୟୁତ ସରବରାହ ଏପର୍ୟ୍ୟନ୍ତ ବନ୍ଦ ରହିଛି । ସେପଟେ ତୁମୁଡିବନ୍ଧ ବ୍ଲକ ବିଡ଼ିଓ ଲଳିତ ସୋରେନ ଏହି ଗାଡ଼ିରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ଦୁର୍ଘଟଣା ଘଟାଇଥିବା ବୋଲେରୋ ଗାଡ଼ିର ଇନସୁରାନ୍ସ ସରିଥିବା ବେଳେ କିଭଳି ସରକାରୀ କାର୍ୟ୍ୟାଳୟରେ ଗାଡି ଲାଗିଥିଲା ତାହା ସମସ୍ତଙ୍କୁ ଚକିତ କରିଛି । ରାଜ୍ୟ ପରିଵହନ ବିଭାଗ ପକ୍ଷରୁ ସଡକ ସୁରକ୍ଷା ସପ୍ତାହ ପାଳନ ହେଉଥିବା ବେଳେ ସରକାରୀ କାର୍ୟ୍ୟାଳୟରେ ଲାଗିଥିବା ଗାଡି ଦୁର୍ଘଟଣା ଘଟିବା ନିହାତି ବେପାରୁଆ ଗାଡି ଚାଳନାକୁ ଇଙ୍ଗିତ କରୁଛି । ଏହି ଦୁର୍ଘଟଣା ଘଟାଇଥିବା ଗାଡି କଟକ ଅଞ୍ଚଳର ଜଣାପଡିଥିବା ବେଳେ ଗାଡି ଶ୍ରଦ୍ଧାଞ୍ଜଳି ସେନାପତିଙ୍କ ନାମରେ ଥିବା ସୂଚନା ରହିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ