Masthead

୧୦୬ ବ୍ୟାଗ ଟଙ୍କା ଗଣତି ଶେଷ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ଚାଲିଛି ମେଗା ଆଇଟି ରେଡ। ଟଙ୍କା ଗଣି ଗଣି ମଣିଷ ତ ଛାଡନ୍ତୁ ମେସିନ ବି ହେଲାଣି ନୟାନ୍ତ।ବ୍ୟାଙ୍କ୍ କର୍ମଚାରୀଙ୍କ ଛୁଟି ବାତିଲ କରି ଟଙ୍କା ଗନାଉଛି ଇନକମ୍ ଟ୍ୟାକ୍ସ। ମଦ ଟଙ୍କାର ପାହାଡ ୫୦୦କୋଟି ପାର ର ଅକାଳନ ହୋଇଛି।ସେଥିରୁ ଅଧା ସରିଛି ଗଣା।୫୦୦,୨୦୦ ଓ ୧୦୦ଟଙ୍କିଆ ନୋଟ।ସୁନା ଅଳଙ୍କାର ଓ ସୁନା ବିସ୍କୁଟର ମୂଲ୍ୟାଙ୍କନ ଏବେ ବି ବାକି ଅଛି। ମୋଟ ୧୭୬ଟି ବ୍ୟାଗ ମଧ୍ୟରୁ ଏପର୍ଯ୍ୟନ୍ତ ୧୦୬ଟି ବ୍ୟାଗର ଟଙ୍କା ଗଣା ସରିଥିବା ସୂଚନା ମିଳିଛି ।

ହେଲେ କେତେ କୋଟି ଟଙ୍କା ମିଳିଛି, ଏ ନେଇ କିଛି ସ୍ପଷ୍ଟ କରିନାହାନ୍ତି କର୍ତୃପକ୍ଷ । ଆହୁରି ୭୦ଟି ବ୍ୟାଗ ଗଣା ହେବାକୁ ରହିଛି । ଗତକାଲି ରାତି ସୁଦ୍ଧା ଆଉ ୨୦ଟି ବ୍ୟାଗ ଗଣତି ଶେଷ ହେବ ବୋଲି କୁହାଯାଇଥିଲା । ଅର୍ଥାତ୍ ଆହୁରି ୫୦ରୁ ଅଧିକ ବ୍ୟାଗ ଟଙ୍କା ଗଣତି ହେବାକୁ ବାକି ରହିଛି । ଆଜି ସବୁ ଟଙ୍କା ଗଣତି ପାଇଁ ବ୍ୟବସ୍ଥା କରାଯାଇଛି । ଆଉ ଟଙ୍କା ଗଣତି ଶେଷ ହେଲେ ଜଣାପଡିବ, ମୋଟ କେତେ ଟଙ୍କା ଜବତ ହୋଇଛି ।

ଶନିବାର ଛୁଟି ଦିନ ହୋଇଥିଲେ ବି ବଲାଙ୍ଗୀର ଏସବିଆଇ ମୁଖ୍ୟ ଶାଖାରେ ଗଣତି ପ୍ରକ୍ରିୟାରେ ସାମିଲ ହୋଇଥିଲେ ୫୦ରୁ ଅଧିକ କର୍ମଚାରୀ । ତଦାରଖ କରିବା ପାଇଁ ମଧ୍ୟ କର୍ମଚାରୀ ନିୟୋଜିତ ହୋଇଥିଲେ । ୨୫ଟି ମେସିନରେ ଟଙ୍କା ଗଣା ଯାଇଛି । କାଳେ ମେସିନ୍ ଖରାପ ହୋଇଯିବ, ସେଥିପାଇଁ ଆଉ ୧୫ଟି ମେସିନକୁ ଷ୍ଟାଣ୍ଡବାୟରେ ରଖାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ