Masthead

ଅବକାରୀ ବିଭାଗ କର୍ମଚାରୀଙ୍କ ଉପରେ ଅକ୍ରମଣ

ଭଦ୍ରକ,(ବଡ଼ ଖବର ବ୍ୟୁରୋ): ମଦବେପାରୀଙ୍କ ମାଡରେ ୭ ଅବକାରୀ କର୍ମଚାରୀ ଆହତ । ବେଆଇନ ମଦ ଜବତ କରିବା ସମୟରେ ହୋଇଛି ଆକ୍ରମଣ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ପୁରୁଣାବଜ଼ାର ଥାନା ମିର୍ଜାପୁର ଅଞ୍ଚଳରେ । ବେଆଇନ ଭାବେ ଦେଶୀ ମଦ କାରବାର କରୁଥିବା ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ମିର୍ଜାପୁର ଅଞ୍ଚଳରେ ଚଢ଼ାଉ କରି ୫୦ ଲିଟର ଦେଶୀ ମଦ ଜବଦ କରିବାସହ ୨ଜଣକୁ ଗିରଫ କରିଥିଲା ଅବକାରୀ ବିଭାଗ ।  ଘଟଣା ସ୍ଥଳରୁ ମଦବେପାରୀମାନେ ଅବକାରୀ ଅଧିକାରୀଙ୍କୁ ମାଡ ମାରି ଦୁଇ ଆସାମୀ ସହ ମଦକୁ ମଧ୍ୟ ଛଡାଇ ନେଇ ଥିବା ଅଭିଯୋଗ ହୋଇଛି । ଆହତ ହୋଇଥିବା ଅବକାରୀ କର୍ମଚାରୀମାନଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇ ଚିକିତ୍ସା କରାଯାଇଛି ।

ସୂଚନା ଅନୁଯାୟୀ, ପୁରୁଣାବଜାର ଥାନା ମିର୍ଜାପୁର ଅଞ୍ଚଳରେ ଅବାଧ ମଦ କାରବାର ଦିନକୁ ଦିନ ବଢିଚାଲିଛି । ବାରମ୍ବାର ଅବକାରୀ ବିଭାଗ, ପୋଲିସ ଚଢ଼ାଉ କରି ମଦ ଜବତ କରିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରୁଛି କିନ୍ତୁ ତାହା ବନ୍ଦ ହେବାର ନା ନେଉନାହିଁ । ଆଜି ମଧ୍ୟ ଭଦ୍ରକ ଅବକାରୀ ବିଭାଗ ମିର୍ଜାପୁର ଅଞ୍ଚଳକୁ ଯାଇ ମଦ ଜବତ କରିବା ସହ ଦୁଇ ଆସାମୀଙ୍କୁ ଧରିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବେଆଇନ ଭାବେ ମଦ କାରବାର କରୁଥିବା ମଦବେପାରୀମାନେ ଅବକାରୀ ବିଭାଗର କର୍ମଚାରୀ ମାନଙ୍କୁ ମାଡ଼ ମାରିବା ସହିତ ଜବତ ହୋଇଥିବା ଦେଶୀ ମଦ ସହ ଅଭିଯୁକ୍ତ ମାନଙ୍କୁ ଖସାଇ ନେଇଥିଲେ । ଅବକାରୀ ବିଭାଗର କର୍ମଚାରୀଙ୍କୁ ଗାଁରେ ଅଟକାଇଥିଲେ । ପରେ ପୁରୁଣାବଜାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅବକାରୀ କର୍ମଚାରୀଙ୍କୁ ଉଦ୍ଧାର କରିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ