Masthead

ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ଆରମ୍ଭ । ଅଷ୍ଟ୍ରେଲିଆକୁ ଟି-୨୦ ସିରିଜରେ ହରାଇବା ପରେ ଦକ୍ଷିଣ ଆଫ୍ରିକାରେ ଟିମ୍ ଇଣ୍ଡିଆ । ସନ୍ଧ୍ୟା ସାଢ଼େ ୭ଟାରେ ଦକ୍ଷିଣ ଆଫ୍ରିକାର କିଙ୍ଗସମିଡରେ ଖେଳାଯିବ ଏହି ମ୍ୟାଚ୍ । ଭାରତୀୟ ଟିମ ଏହି ଗସ୍ତ ଅବସରରେ ୩ଟି ଟି-୨୦, ୩ଟି ଦିନିକିଆ ଓ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ । ହାର୍ଦ୍ଦିକ ପାଣ୍ଡ୍ୟା ଏପର୍ୟ୍ୟନ୍ତ ସୁସ୍ଥ ହୋଇ ନଥିବାରୁ ସୂର୍ଯ୍ୟକୁମାର ଯାଦବ ଟି-୨୦ ସିରିଜରେ ଭାରତୀୟ ଦଳର ନେତୃତ୍ୱ ନେବେ ।

ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଏହି ଶୃଙ୍ଖଳାରୁ ବିଶ୍ରାମ ଦିଆଯାଇଛି । ଶୁବମନ ଗିଲ୍, କୁଲଦୀପ ଯାଦବ, ମହମ୍ମଦ ସିରାଜ ଓ ରବୀନ୍ଦ୍ର ଜାଡ଼େଜା ଦିନିକଆ ବିଶ୍ୱକପ୍ ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ରୋହିତଙ୍କ ଅନୁପସ୍ଥିତିରେ କେଏଲ୍ ରାହୁଲ୍ ଦିନିକିଆ ଶୃଙ୍ଖଳାରେ ଭାରତୀୟ ଦଳର ନେତୃତ୍ୱ ନେବେ । ସେପ୍ଣଙ୍କ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଦକ୍ଷିଣ ଆଫି୍ରକାକୁ ଲାଗିଛି ବଡ଼ ଝଟକା । ଦ୍ରୁତ ବୋଲର ଲୁଙ୍ଗି ଏନଗିଡି ଆହତ ହୋଇଥିବାରୁ ଟମ୍ୟାଚରୁ ବାଦ ପଡିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ