Masthead

ବିଧାୟକ ଉମା ସାମନ୍ତରାୟ, ମନ୍ତ୍ରୀ ସମୀର ଦାଶଙ୍କ ପାଇଁ ବଢ଼ିଲା ଅଡ଼ୁଆ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଏବଂ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ କରୋନା କଟକଣା ଉଲ୍ଲଂଘନ ପଡ଼ିବ ମହଙ୍ଗା। ଉଭୟଙ୍କ ବିରୋଧରେ ଲାଗିବ ସଙ୍ଗିନ ଦଫା। ଏପରି ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ଜେଏମଏଫସି ଏସ୍. ସରିତା। ବିଜେପି ନେତା ଓମପ୍ରକାଶ ମିଶ୍ରଙ୍କ ଏକ ଆବେଦନକୁ ଗ୍ରହଣ କରି ପୁରୀ ସମୁଦ୍ରକୂଳ ଥାନା ଆଇଆଇସିଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ଜେଏମଏଫସି। ଏଣୁ ବିଧାୟକ ଓ ମନ୍ତ୍ରୀଙ୍କ ଅଡ଼ୁଆ ବଢ଼ିଲା ବୋଲି କୁହାଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମନ୍ତ୍ରୀ ଦାଶ ଏବଂ ବିଧାୟକ ସାମନ୍ତରାୟଙ୍କୁ ନିଜ ନିର୍ଦ୍ଦେଶନାମାରେ ଅଭିଯୁକ୍ତ ବୋଲି ଦର୍ଶାଇଛନ୍ତି କୋର୍ଟ।

କୋର୍ଟ ତାଙ୍କ ନିର୍ଦ୍ଦେଶନାମାରେ ପୁରୀ ସମୁଦ୍ରକୂଳ ଥାନା ଆଇଆଇସିଙ୍କୁ ଆଇନ ପଢ଼ିବାକୁ ପରାମର୍ଶ ଦେଇଛନ୍ତି। କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଂଘନ ମାମଲାରେ ଜଣେ ଅର୍ଣ୍ଣେଶ କୁମାର ବନାମ ବିହାର ସରକାରଙ୍କ ମାମଲାରେ ସୁପ୍ରିମକୋର୍ଟ ଜାରି କରିଥିବା ଗାଇଡଲାଇନ୍ ପାଳନ ପୂର୍ବକ ପଦକ୍ଷେପ ନେବା ସହ ଜଣେ ଲଳିତା କୁମାରୀ ବନାମ ଉତ୍ତରପ୍ରଦେଶ ସରକାର ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଅନୁସାରେ ଏତଲା ଓ ମାମଲା ଦାଏର କରିବାକୁ ଜେଏମଏଫସି ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସିଆରପିସିର ଧାରା ୧୫୬ ଉପଧାରା ୩ ଅନୁଯାୟୀ ତଦନ୍ତ କରିବାକୁ ଜେଏମଏଫସି କୋର୍ଟ ସମୁଦ୍ରକୂଳ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ମନ୍ତ୍ରୀ ଦାଶ ଏବଂ ବିଧାୟକ ସାମନ୍ତରାୟ କରୋନା ପଜିଟିଭ୍ ଥାଇ ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ଶବ ଶୋଭାଯାତ୍ରାରେ ସାମିଲ ହୋଇ ସ୍ୱର୍ଗଦ୍ୱାରରେ ଉପସ୍ଥିତ ଥିଲେ। ଏମାନେ ସଂକ୍ରାମକ ରୋଗ ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗ କରି ଜଗନ୍ନାଥ ସେନା ପକ୍ଷରୁ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ ସମୁଦ୍ରକୂଳ ଥାନାରେ ଏତଲା କରିଥିଲେ। ହେଲେ ପୋଲିସ ମନ୍ତ୍ରୀ ଦାଶଙ୍କୁ କ୍ଲିନଚିଟ୍ ଦେଇ ମାମୁଲି ଦଫାରେ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ କରି ଚୁପ୍ ବସିଛି। ଏହା ବିରୋଧରେ ବିଜେପି ନେତା ମିଶ୍ର ଭୁବନେଶ୍ୱର ଜେଏମଏଫସି କୋର୍ଟରେ ଅପିଲ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ