Masthead

ଅନ୍ଧ ବିଶ୍ୱାସର କୁପରିଣତି, ଭେଣ୍ଡିଆ ପୁଅକୁ ବଳି ଦେଲା ମାଆ

ଭୋପାଳ(ବଡ଼ ଖବର ବ୍ୟୁରୋ): ପୁଅଟିଏ ପାଇବା ପାଇଁ ମାଆ କ’ଣ ନକରେ । ସବୁ କଷ୍ଟକୁ ସେ ହସି ହସି ସହିଯାଏ । ମାତ୍ର ସେହି ମାଆ ସତରେ କ’ଣ ରାକ୍ଷସୀ ହୋଇପାରେ । ହଁ, ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାରେ ଜଣେ ମାଆ କ୍ଷଣିକ ପାଇଁ ହୋଇଯାଇଛି ରାକ୍ଷସୀ । ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ନିଜ ଭେଣ୍ଡିଆ ପୁଅକୁ ସେ ବଳି ପକାଇଦେଇଛନ୍ତି । ଗୁରୁବାର ପନ୍ନା ଜିଲ୍ଲାର କୋଟୱାଲି ଥାନା ଅନ୍ତର୍ଗତ କୋହନି ଗ୍ରାମରେ ଏହି ଜଘନ୍ୟ ଘଟଣା ଘଟିଛି।

କୋଟୱାଲୀ ଥାନା ଆଇଆଇସି ଅରୁଣ ସୋନି କହିଛନ୍ତି କୋହନି ଗ୍ରାମର ସୁନିଆବାଇ ଲୋଦି ( ୫୦) ଦୁଇବର୍ଷ ଧରି କିଛି ଐଶ୍ୱରୀୟ ପ୍ରଭାବ ଅନୁଭବ କରୁଥିଲେ । ଧୀରେ ଧୀରେ ସେ ଅନ୍ଧବିଶ୍ୱାସର ଅନ୍ଧଗଳିରେ ଫସିଯାଇଥିଲେ । ମା’ ତାଙ୍କୁ ବଳି ମାଗିଥିବା ସୁନିଆବାଇ କହିଛନ୍ତି । ବଳି ଦେବାକୁ ସେ ନିଜ ପୁଅକୁ ଠିକ୍ କରିଥିଲେ । ସୁନିଆବାଇଙ୍କ ସ୍ୱାମୀ ଏବଂ ପୁଅ ଦ୍ୱାରିକା(୨୪) ଘରେ ଅଲଗା ଅଲଗା ଶୋଇଥିଲେ । ରାତିର ଶେଷ ପ୍ରହରରେ ସୁନିଆବାଇ ଏକ କୁରାଢିରେ ନିଜ ପୁଅର ବେକ କାଟି ଦେଇଥିଲେ।
ପୁଅର ମୁଣ୍ଡଗଣ୍ଡି ଅଲଗା ହୋଇ ଛଟପଟ ହେଉଥିବା ବେଳେ ମାଆ ସୁନିଆବାଇ ତାଙ୍କ ଆରାଧ୍ୟ ଦେବୀଙ୍କୁ ଉଚ୍ଚ ସ୍ୱରରେ ଡାକିଥିଲେ । କିଛି ସମୟ ପରେ ସୁନିଆବାଇଙ୍କ ମୋହ ଭାଙ୍ଗିଥିଲା । ପୁଅର ରକ୍ତାକ୍ତ ଶବ ଦେଖି ସେ ତୁରନ୍ତ ସ୍ୱାମୀଙ୍କୁ ନିଦରୁ ଉଠାଇ ସମସ୍ତ ଘଟଣା କହିଥିଲେ ।
ପରେ ଏହି ଘଟଣା ବିଜୁଳି ବେଗରେ ଗାଁରେ ବ୍ୟାପୀଯାଇଥିଲା । ଲୋକମାନେ ସୁନିଆବାଇଙ୍କ ଘର ଆଗରେ ଜମା ହୋଇଯାଇଥିଲେ । ପୋଲିସ ପାଖରେ ପହଞ୍ଚିଥିଲେ ଖବର । ପୋଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ସୁନିଆବମାଇଙ୍କୁ ଗିରଫ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ