Before Header

କେନାଲରେ ବୁଡ଼ି ବୃଦ୍ଧ ମୃତ

0 21

ପରଜଙ୍ଗ (ବଡ଼ ଖବର ବ୍ୟୁରୋ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବଡ଼ଝରା ଗାଁ ରେଙ୍ଗାଲି ବାମ କେନାଲରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବଡ଼ଝରାର ରୋହିତ ନାଏକ। ସୂଚନା ଅନୁଯାୟୀ, ରୋହିତ ଅପରାହ୍ନ ପ୍ରାୟ ଗୋଟାଏ ବେଳେ କେନାଲକୁ ଗାଧୋଇବାକୁ ଯାଇ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ କେନାଲରେ ତାଙ୍କ ମୃତଦେହ ଭାସୁଥିବା ଦେଖିଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ରୋହିତଙ୍କ ମୃତଦେହ ଉଦ୍ଧାର କରିଛି। ବ୍ୟବଚ୍ଛେଦ ପାଇଁ ମୃତଦେହକୁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପଠାଯାଇଛି ।

Leave A Reply

Your email address will not be published.