୧୧ଦିନରେ ବୁଡ଼ି ବିସ୍ଥାପିତଙ୍କ ଜଳ ସତ୍ୟାଗ୍ରହ

ପାଲଲହଡ଼ା (ବଡ଼ ଖବର ବ୍ୟୁରୋ):୧୧ଦିନରେ ବୁଡ଼ି ବିସ୍ଥାପିତଙ୍କ ଜଳ ସତ୍ୟାଗ୍ରହ । ଅନୁଗୋଳ ଜିଲ୍ଲା ପାଲଲହଡ଼ା ଠାରେ ଥିବା ଦ୍ୱିତୀୟ ଚିଲିକାରେ ରେଙ୍ଗାଳି ବୁଡ଼ି ବିସ୍ଥାପିତ ମାନେ ନିଜର ସାତ ଦଫା ଦାବି ନେଇ ଗତ ୧ ତାରିଖ ଠାରୁ ଜଳ ସତ୍ୟାଗ୍ରହ ଆରମ୍ଭ କରିଥିଲେ । ଆଜକୁ ଏଗାର ଦିନ ବିତି ଯାଇଥିଲେ ମଧ୍ୟ ସରକାର କିମ୍ବା ପ୍ରଶାସନ କୌଣସି ସମସ୍ୟା ଭିତ୍ତିକ ଆଲୋଚନା ହୋଇନାହିଁ । ଏହା ସହିତ ଦୀର୍ଘ ଏଗାର ଦିନ ଧରି ଜଳ ଭିତରେ ରହି ସମସ୍ତଙ୍କ ଶରୀର ଧିରେ ଧିରେ ଅସୁସ୍ଥ ହେବାରେ ଲାଗିଛି । ଯଦି ଆଗାମୀ ଦୁଇଦିନ ମଧ୍ୟରେ ସରକାର କୌଣସି ନିଷ୍ପତି ନନିଅନ୍ତି ତାହାଲେ ୧୩ ତାରିଖ ଦିନ ସମସ୍ତେ ଜଳ ଭିତରେ ଜଳ ସମାଧି ନେବେ ବୋଲି ସଂଘର ସଭାପତି ସନ୍ତୋଷ କୁମାର ଦେହୁରୀ ପ୍ରକାଶ କରିଛନ୍ତି । ଏନେଇ ରାଜ୍ୟପାଳ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜଣାଯାଇଛି ବୋଲି ବିଜେପି କାର୍ୟ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ଜିଲ୍ଲା ଉପସଭାପତି ଲିଙ୍ଗରାଜ ଦାସ କହିଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’