Masthead

ଜେଲୋଟୋଫୋବିୟାର ଶିକାର ହେଉଛନ୍ତି କି? ଜାଣନ୍ତୁ ଏଥିରୁ କେମିତି ବାହାରିବେ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଯୁବପିଢିଙ୍କ ଭିତରେ ବଢିଚାଲିଛି ଜେଲୋଟୋଫୋବିୟା । ଜେଲୋଫୋବିୟା ନାଁ ସହିତ ଅନେକ ପରିଚିତ ଥିବେ ଅନେକ ପରିଚିତ ନଥିବେ । ଆଜି ଆମେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଜେଲୋଟୋଫୋବିୟା କ’ଣ? ଏ ବିଷୟରେ ଆପଣ ଜାଣିବା ଦରକାର । ଅନେକ ଜଣଙ୍କର ଜେଲୋଟୋଫୋବିଆ ରହିଥାଏ । ଯାହାର ଜେଲୋଟୋଫୋବିୟା ଅଛି, ତାହାର ଲକ୍ଷଣ କଣ? ସେଭଳି ଲୋକ କିଭଳି ଏଥିରୁ ବାହାରିପାରିବେ? ଏବଂ ଅନ୍ୟମାନେ ଜେଲୋଫୋବିଆ ଲକ୍ଷଣ ନଥିବା ଲୋକଙ୍କ ସହିତ କିଭଳି ବ୍ୟବହାର କରିବା ଉଚିତ । ସେ ବିଷୟରେ ଆପଣମାନେ ନିହାତି ଜାଣିବା ଉଚିତ୍ ।

କାହିଁକିନା ଆମ ଆଖ ପାଖରେ ଅନେକ ଲୋକଙ୍କୁ ଆପଣ ଜେଲୋଟୋଫୋବିୟାର ଶିକାର ହୋଇଥିବାର ଦେଖିପାରିବେ । ଆମ ଭିତରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଥଟ୍ଟା ପରିହାସ ପସନ୍ଦ କରନ୍ତି ନାହିଁ । ସେମାନଙ୍କୁ କେହି ପରିହାସ କରନ୍ତୁ ସେମାନେ ଚାହାଁନ୍ତି ନାହିଁ । କାଳେ ତାଙ୍କୁ କେହି ପରିହାସ କରିବେ ସେଥିପାଇଁ ସେମାନେ କାହାସହିତ ମିଳାମିଶା କରନ୍ତି ନାହିଁ । ଏହି ସ୍ୱଭାବର ଲୋକାମାନେ ବାହାରକୁ ବି ବାହାରନ୍ତି ନାହିଁ । ଛୋଟବେଳୁ ଏମାନେ ଆତ୍ମ ସଚେତନ ବି ଥାଆନ୍ତି । ବଡ଼ ହେବା ପରେ ବି ସେମାନଙ୍କ ମନରେ ସେହି ଭୟ ରହିଥାଏ । ଏମିତି ମାନସିକତା ରଖୁଥିବା ଲୋକମାନେ ମାନସିକ ସମସ୍ୟାର ଶିକାର ହୋଇଥାଆନ୍ତି । ଯାହାକୁ ଜେଲୋଟୋଫୋବିୟା କୁହାଯାଏ ।

ଆମେ ଜାଣିଛେ ଫୋବିୟା ହେଉଛି ଏକ ପ୍ରକାର ଭୟ ଯାହା ବିଭିନ୍ନ କାରଣରୁ ସୃଷ୍ଟି ହୋଇଥାଏ । କିଏ ଅନ୍ଧାରକୁ ଭୟ କରେ ତ କିଏ ଏକଲା ରହିବାକୁ ଭୟ କରେ । ସେହିପରି ଜେଲୋଟୋଫୋବିୟା ମଧ୍ୟ ଏକ ପ୍ରକାର ରୋଗ । ଏହି ସମସ୍ୟା ଭୋଗୁଥିବା ଲୋକମାନଙ୍କଠାରେ ଏକୁଟିଆ ରହିବାର ମାନସିକତା ଅଧିକ ଦେଖିବାକୁ ମିଳିଥାଏ । ଏମାନେ କଥାବାର୍ତ୍ତା ବି ଭାବିଚିନ୍ତି କରନ୍ତି । କାହା ସହ କଥା ହେବା ବେଳେ ଅଧରକ ସଚେତନ ରୁହନ୍ତି । ନିଜ ପୋଷାକ, ବେଶଭୁଷା, କଥାବାର୍ତ୍ତା, ଚାଲିଚଳନ ସବୁଥିରେ ସଚେତନ ରହିବାକୁ ଚେଷ୍ଟା କରନ୍ତି । ସେମାନଙ୍କୁ ଯେମିତି କେହି ଥଟ୍ଟା ନ କରନ୍ତି, ସେଥିପ୍ରତି ସେମାନେ ବହୁତ ସଜାଗ ରହିଥାନ୍ତି । ୧୯୯୬ ମସିହାରେ ଜର୍ମାନ ସାଇକୋଥେରାପିଷ୍ଟ ଏବଂ ଫିଜିଓଆନାଲିଷ୍ଟ ମାଇକେଲ ଟିଟଜେ ପ୍ରଥମ ଥର ପାଇଁ ଏହି ସମସ୍ୟା ଉପରେ କହିଥିଲେ ।

ଏବେ ଜାଣିବେ ଏହି ସମସ୍ୟା ଭୋଗୁଥିବା ଲୋକମାନେ କେମିତି ଏଥିରୁ ବାହାରିବେ । ଥେରାପି ସାହାର୍ଯ୍ୟରେ ନିଜକୁ ଅନେକାଂଶରେ ସ୍ୱାଭାବିକ କରିପାରିବେ । ସୋସିଆଲ ମିଡିଆ ପାଇଁ ଏହି ସମସ୍ୟା ବଢୁଥିବା କହିଛନ୍ତି ବିଶେଷଜ୍ଞ । ଫେସବୁକ, ଇନଷ୍ଟାଗ୍ରାମରେ ନିଜକୁ ସୁନ୍ଦର ଓ ସ୍ମାର୍ଟ ଦେଖାଇବା ଚକରରେ ନିଜର ଇମେଜକୁ ଖରାପ କରୁଛନ୍ତି ଲୋକେ । ସେମାନଙ୍କ ଫଟୋ କି ଭିଡିଓ ଦେଖିଲେ ଲୋକେ କାଳେ ସେମାନଙ୍କୁ ଟ୍ରୋଲ କରିବେ ସେଥିପାଇଁ ଅନେକ ଲୋକ ନିଜ ଫଟୋ ବଦଳରେ ଛଦ୍ମ ଫଟୋ ଅପଲୋଡ କରିଥାନ୍ତି । ଏମାନଙ୍କ କ୍ଷେତ୍ରରେ ମଧ୍ୟ ଜେଲୋଟୋଫୋବିଆ ଦେଖାଦେଇଥାଏ । ଏହି ସମସ୍ୟାର ସମାଧାନ କରିବାକୁ ଚାହୁଁଥିଲେ ଥେରାପି ନେବା ସହ ଅନ୍ୟମାନଙ୍କ ସହ ବେଶି ମିଳାମିଶା କରନ୍ତୁ । ପ୍ରଥମେ ନିଜକୁ ନିଜେ ଚିହ୍ନଁନ୍ତୁ । ଯାହାଦ୍ୱାରା ନିଜ ମନରେ ଥିବା ଭୟ ଦୂର ହେବ । ଆଉ ଆପଣ ଜେଲୋଟୋଫୋବିୟା ଭଳି ସମସ୍ୟାରୁ ମଧ୍ୟ ବାହାରିପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ