Masthead

ନିଶ୍ଚିନ୍ତକୋଇଲିରେ ବିଜେପି-ବିଜେଡି କର୍ମୀ ମୁହାଁମୁହିଁ

ସାଲେପୁର (ବଡ଼ ଖବର ବ୍ୟୁରୋ): ନିଶ୍ଚିନ୍ତକୋଇଲିରେ ବିଜେପି-ବିଜେଡି ମୁହାଁମୁହିଁ । ମାଣପୁର ପଞ୍ଚାୟତ ବିଜେଡି ସଭାପତି ମହମ୍ମଦ ରୁସ୍ତମଙ୍କ ଗୁଣ୍ଡାଗିରି । କଟକ ସଦର ନିର୍ବାଚନ ମଣ୍ଡଳୀ ନିଶ୍ଚିତକୋଇଲି ବ୍ଲକ ଅଧିନସ୍ଥ ମାଣପୁର ପଞ୍ଚାୟତରେ ଗତ ଦୁଇ ଦିନ ତଳେ ବିକଶିତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଥିଲା । ବିଡ଼ମ୍ବନାର କଥା ଏହି କାର୍ଯ୍ୟକ୍ରମ ବେଳେ ମାଣପୁର ପଞ୍ଚାୟତ ବିଜେଡି ସଭାପତି ମହମ୍ମଦ ରୁସ୍ତମଙ୍କ ଘରେ ରହୁଥିବା ଜନୈକ ମହିଳା ‘ନବିନୀ ବାବୁ ଆମ ଫ୍ରେଣ୍ଡ’ ଗୀତରେ ନାଚିଥିଲା । ଏହାକୁ ପ୍ରତିବାଦ କରି କଟକ ସଦର ବିଜେପିର ବ୍ଲକ ଘେରାଉ କାର୍ଯ୍ୟକ୍ରମ ଚାଲିଥିଲା । ବ୍ଲକ ଘେରାଉ ସମୟରେ ପୂର୍ବରୁ ପ୍ରସ୍ତୁତ ହୋଇଥିଲେ ମହମ୍ମଦ ରୁସ୍ତମ ଏବଂ ତାଙ୍କ ଗୁଣ୍ଡାବାହିନୀ । ସେମାନଙ୍କ ସହିତ କିଛି ମହିଳା ମଧ୍ୟ ଥିଲେ । ମହମ୍ମଦ ରୁସ୍ତମଙ୍କ ଗୁଣ୍ଡାବାହିନୀ ଅତର୍କିତ ଭାବେ ବିଜେପି ନେତା ପ୍ରକାଶ ଚନ୍ଦ୍ର ସେଠୀ, ରାଜ୍ୟ କାରିଣୀ ସଦସ୍ୟା ପ୍ରତିଭା ଶତପଥୀ, ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦକ ରଶ୍ମି ରେଖା ଦାସ, ଓ ଶତାଧିକ ବିଜେପି କର୍ମୀଙ୍କୁ ଆକ୍ରମଣ କରିଥିଲେ । ଏହି ସବୁ ଘଟଣା ପୋଲିସ ଉପସ୍ଥିତିରେ ଘଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା