Masthead

ନିଶ୍ଚିନ୍ତକୋଇଲିରେ ବିଜେପି-ବିଜେଡି କର୍ମୀ ମୁହାଁମୁହିଁ

ସାଲେପୁର (ବଡ଼ ଖବର ବ୍ୟୁରୋ): ନିଶ୍ଚିନ୍ତକୋଇଲିରେ ବିଜେପି-ବିଜେଡି ମୁହାଁମୁହିଁ । ମାଣପୁର ପଞ୍ଚାୟତ ବିଜେଡି ସଭାପତି ମହମ୍ମଦ ରୁସ୍ତମଙ୍କ ଗୁଣ୍ଡାଗିରି । କଟକ ସଦର ନିର୍ବାଚନ ମଣ୍ଡଳୀ ନିଶ୍ଚିତକୋଇଲି ବ୍ଲକ ଅଧିନସ୍ଥ ମାଣପୁର ପଞ୍ଚାୟତରେ ଗତ ଦୁଇ ଦିନ ତଳେ ବିକଶିତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଥିଲା । ବିଡ଼ମ୍ବନାର କଥା ଏହି କାର୍ଯ୍ୟକ୍ରମ ବେଳେ ମାଣପୁର ପଞ୍ଚାୟତ ବିଜେଡି ସଭାପତି ମହମ୍ମଦ ରୁସ୍ତମଙ୍କ ଘରେ ରହୁଥିବା ଜନୈକ ମହିଳା ‘ନବିନୀ ବାବୁ ଆମ ଫ୍ରେଣ୍ଡ’ ଗୀତରେ ନାଚିଥିଲା । ଏହାକୁ ପ୍ରତିବାଦ କରି କଟକ ସଦର ବିଜେପିର ବ୍ଲକ ଘେରାଉ କାର୍ଯ୍ୟକ୍ରମ ଚାଲିଥିଲା । ବ୍ଲକ ଘେରାଉ ସମୟରେ ପୂର୍ବରୁ ପ୍ରସ୍ତୁତ ହୋଇଥିଲେ ମହମ୍ମଦ ରୁସ୍ତମ ଏବଂ ତାଙ୍କ ଗୁଣ୍ଡାବାହିନୀ । ସେମାନଙ୍କ ସହିତ କିଛି ମହିଳା ମଧ୍ୟ ଥିଲେ । ମହମ୍ମଦ ରୁସ୍ତମଙ୍କ ଗୁଣ୍ଡାବାହିନୀ ଅତର୍କିତ ଭାବେ ବିଜେପି ନେତା ପ୍ରକାଶ ଚନ୍ଦ୍ର ସେଠୀ, ରାଜ୍ୟ କାରିଣୀ ସଦସ୍ୟା ପ୍ରତିଭା ଶତପଥୀ, ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦକ ରଶ୍ମି ରେଖା ଦାସ, ଓ ଶତାଧିକ ବିଜେପି କର୍ମୀଙ୍କୁ ଆକ୍ରମଣ କରିଥିଲେ । ଏହି ସବୁ ଘଟଣା ପୋଲିସ ଉପସ୍ଥିତିରେ ଘଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ