Before Header

୮ ଘଣ୍ଟା ବିଦ୍ୟୁତ କାଟ ପ୍ରତିବାଦରେ କର୍ମଚାରୀଙ୍କୁ ୩ ଘଣ୍ଟା ଅଟକ 

0 584

ଜଳେଶ୍ଵର  (ବଡ଼ ଖବର ବ୍ୟୁରୋ):  ଦୀର୍ଘ ୮ ଘଣ୍ଟା ବିଦ୍ୟୁତ କାଟ ପ୍ରତିବାରେ ୪ ଜଣଙ୍କୁ ଦୀର୍ଘ ୩ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ । ରାତି ୧୨ ରୁ ସକାଳ ସକାଳ ୮ ଟା ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗରୁ ବିଛିନ୍ନ ହୋଇଥିଲା କଖଡ଼ା ପଞ୍ଚାୟତର ପୁରୁଷୋତ୍ତମ ଗ୍ରାମ । ପ୍ରାୟ ୨ ହଜାରରୁ ଅଧ୍ଚଳ  ଉପଭୋକ୍ତାମାନେ ହନ୍ତସନ୍ତ ହୋଇଥିବା ବେଳେ ବିଦ୍ୟୁତ କର୍ମଚାରୀମାନେ ରାତିରେ ବିଦ୍ୟୁତ ସେବା ଯୋଗାଇ ଦିଆ ଯିବ ନାହିଁ ବୋଲି କହିଥିଲେ ।

ସକାଳେ ଗ୍ରାମକୁ ବିଦ୍ୟୁତ କର୍ମଚାରୀ ଚନ୍ଦନ ଦାସ, ଦୀପକ ସାହୁ, ଶୁଭ୍ରାଂଶୁ ପତି, ଆଶିଷ ଗିରି ଗ୍ରାମରେ ପହଁଚିଥିବା ବେଳେ ଗ୍ରାମବାସୀ ସେମାନଙ୍କୁ ଅଟକ ରଖିଥିଲେ । ପରେ ଏଭଳି ଭୁଲ ଆଉ କରିବେନି ବୋଲି ବିଦ୍ୟୁତ କର୍ମଚାରୀମାନେ ଭୁଲ ସ୍ୱକାର କରିବା ପରେ ଗ୍ରାମବାସୀ ସେମାନଙ୍କୁ ଛାଡିଥିଲେ ।

Leave A Reply

Your email address will not be published.