Masthead

ଆଉ ଖୋଲାରେ କଟା ହେବନି ମାଂସ: ହାଇକୋର୍ଟ

କଟକ(ବଡ଼ ଖବର ବ୍ୟୁରୋ): କଟକରେ ବେଆଇନ୍ କିଲ୍ ଖାନା ବନ୍ଦ୍ କରିବା ନେଇ ହାଇକୋର୍ଟରେ ମାମଲା । ଆସନ୍ତା ଡ଼ିସେମ୍ବର ୨୦ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ଦେଲେ ନିର୍ଦ୍ଦେଶ । ଏନେଇ କଟକ ମହାନଗର ନିଗମ ସ୍ୱାସ୍ଥ୍ୟ ଅଧିକାରୀ ଓ ଡେପୁଟି କମିସନର ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହୋଇଥିଲେ । ସତ୍ୟପାଠରେ କିଲ୍ ଖାନା ପାଇଁ ସ୍ବତନ୍ତ୍ର ନିୟମ ବ୍ୟବସ୍ଥା କଣ ରହିଛି ସେ ନେଇ ଉଲ୍ଲେଖ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ । ଗୌ ଜ୍ଞାନ ଫାଉଣ୍ଡେସନ ପକ୍ଷରୁ ହୋଇଥିଲା ଏହି ମାମଲା । ମାମଲାରେ ବେଆଇନ୍ କିଲ୍ ଖାନା ଯୋଗୁଁ ସେହି ବାଟ ଦେଇ ଯାଉଥିବା ପଥଚାରୀଙ୍କ ମାନସିକତା ଉପରେ କୁ ପ୍ରଭାବ ପଡୁଥିବା ନେଇ ଦର୍ଶାଯାଇଛି । ଏଥି ସହ ରକ୍ତ ଓ ଅନ୍ୟାନ୍ୟ ଜିନିଷ ଯୋଗୁଁ ପରିବେଶ ମଧ୍ୟ ପ୍ରଦୂଷିତ ହେଉଥିବା ଦର୍ଶାଯାଇଛି ।

ଆବେଦନରେ କଟକରେ ହାତୀ ପୋଖରୀ ଓଡ଼ିଆ ବଜାର ଦିୱାନ ବଜାର ଦରଘା ବଜାର ଅଞ୍ଚଳରେ ବେଆଇନ୍ କିଲ୍ ଖାନା ଚାଲୁଥିବା ନେଇ ଦର୍ଶାଯାଇଛି । ହାଇକୋର୍ଟର ନିର୍ଦ୍ଦେଶ ଅନୁସାରେ କୌଣସି ପଶୁ ପକ୍ଷୀଙ୍କୁ ହତ୍ୟା କରି ଖୋଲା ଜାଗାରେ ଟାଙ୍ଗି ବିକ୍ରି କରିପାରିବେ ନାହିଁ । କେବଳ ଯୋଉଠି କଂସେଇ ଖାନା ଅଛି ସେଇଠି କାଟି ଗୋଟେ ଆବଦ୍ଧ ଜଗାରେ ଆଣି ବିକ୍ରି କରିପାରିବେ । ଯାହାକି କୌଣସି ଲୋକଙ୍କର ଦୃଷ୍ଟି ଗୋଚର ହୋଇପାରିବ ନାହିଁ । ସେଥିପାଇଁ ସିଏମସି ପକ୍ଷରୁ ଗୋଟେ ଟିମ ଗଠନ କରା ଯାଇଛି ଏହା ସପ୍ତାହରେ ତିନି ଦିନ ଯାଇ ସବୁ କଂସେଇ ଖାନ ଯାଇ ଯାଞ୍ଚ କରିବା ବୋଲି କହିଛନ୍ତି ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା