Masthead

ସଡ଼କ ଦୁର୍ଘଟଣା, ୨ ମୃତ

ରାଇଘର (ବଡ଼ ଖବର ବ୍ୟୁରୋ): ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ଯିବା ସମୟରେ ସଡକ ଦୁର୍ଘଟଣା, ୨ ମୃତ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦର ମହକୁମାରେ ଥିବା ଡାକଘର ସମ୍ମୁଖରେ ରାଇଘର ଦେଇ ଛତିଶଗଡ଼କୁ ସଂଯୋଗ କରୁଥିବା ରାଜ୍ୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଶଶୁର ଓ ଜ୍ୱାଇଁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ରାଇଘର ବ୍ଲକ ଗୋନା ଗ୍ରାମ ପଞ୍ଚାୟତର ଭୀମାଟିକରା ଗ୍ରାମର ଲକ୍ଷଣ ଜାନୀଙ୍କ ପିଉସୀର ଗତକାଲି ରାତିରେ ମୃତ୍ୟୁ ଘଟିଥିଲା ।

ଆଜି ତାହାର ଶୁଦ୍ଧିକ୍ରିୟା ଥିବାରୁ ଗଞ୍ଜାପାରା ଗ୍ରାମପଞ୍ଚାୟତର ମାରଙ୍ଗପାଲି କଲୋନୀରେ ରହୁଥିବା ନିଜ ଶଶୁର ଘରକୁ ବୁଲିବାକୁ ଆସିଥିବା ଜ୍ୱାଇଁ ଖବର ପାଇ ଶଶୁର ବାଲି ଜାନୀଙ୍କୁ ସାଙ୍ଗରେ ନେଇ ନିଜ ଗ୍ରାମକୁ ଯିବାକୁ ବାହାରି ଥିଲେ । ଆଜି ସକାଳୁ ବାଇକରେ ଯିବା ବେଳେ ଡାକଘର ସାମ୍ନାରେ ଦୁର୍ଘଟଣା ହୋଇଥିଲା । ଶଶୁର, ଜ୍ୱାଇଁ ଦୁହେଁ ଟ୍ରକ ତଳେ ଚାପି ହୋଇଯାଇଥିଲେ । ଘଟଣାସ୍ଥଳରେ ହିଁ ଦୁହିଁଙ୍କର ମୃତୁ୍ୟ ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଅଟକ ରଖିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା