Before Header

ସଡ଼କ ଦୁର୍ଘଟଣା, ୨ ମୃତ

0 22

ରାଇଘର (ବଡ଼ ଖବର ବ୍ୟୁରୋ): ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ଯିବା ସମୟରେ ସଡକ ଦୁର୍ଘଟଣା, ୨ ମୃତ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦର ମହକୁମାରେ ଥିବା ଡାକଘର ସମ୍ମୁଖରେ ରାଇଘର ଦେଇ ଛତିଶଗଡ଼କୁ ସଂଯୋଗ କରୁଥିବା ରାଜ୍ୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଶଶୁର ଓ ଜ୍ୱାଇଁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ରାଇଘର ବ୍ଲକ ଗୋନା ଗ୍ରାମ ପଞ୍ଚାୟତର ଭୀମାଟିକରା ଗ୍ରାମର ଲକ୍ଷଣ ଜାନୀଙ୍କ ପିଉସୀର ଗତକାଲି ରାତିରେ ମୃତ୍ୟୁ ଘଟିଥିଲା ।

ଆଜି ତାହାର ଶୁଦ୍ଧିକ୍ରିୟା ଥିବାରୁ ଗଞ୍ଜାପାରା ଗ୍ରାମପଞ୍ଚାୟତର ମାରଙ୍ଗପାଲି କଲୋନୀରେ ରହୁଥିବା ନିଜ ଶଶୁର ଘରକୁ ବୁଲିବାକୁ ଆସିଥିବା ଜ୍ୱାଇଁ ଖବର ପାଇ ଶଶୁର ବାଲି ଜାନୀଙ୍କୁ ସାଙ୍ଗରେ ନେଇ ନିଜ ଗ୍ରାମକୁ ଯିବାକୁ ବାହାରି ଥିଲେ । ଆଜି ସକାଳୁ ବାଇକରେ ଯିବା ବେଳେ ଡାକଘର ସାମ୍ନାରେ ଦୁର୍ଘଟଣା ହୋଇଥିଲା । ଶଶୁର, ଜ୍ୱାଇଁ ଦୁହେଁ ଟ୍ରକ ତଳେ ଚାପି ହୋଇଯାଇଥିଲେ । ଘଟଣାସ୍ଥଳରେ ହିଁ ଦୁହିଁଙ୍କର ମୃତୁ୍ୟ ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଅଟକ ରଖିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave A Reply

Your email address will not be published.