Masthead

ଶିମିଳିପାଳରେ ୧ ଡିଗ୍ରୀ ତଳକୁ ଖସିଲା ପାରଦ

ବାରିପଦା(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଅନୁଭୂତ ହେଉଛି ପ୍ରବଳ ଥଣ୍ଡା । ଶିମିଳିପାଳରେ ୧ଡିଗ୍ରୀ ତଳକୁ ଖସିଛି ପାରଦ । ପ୍ରକୃତିର ଦାନ ଶିମିଳିପାଳରେ ଆଜି ସକାଳୁ ବର୍ଷର ପ୍ରଥମ ତୁଷାରପାତ ହେଇଥିବାର ଦେଖିବାକୁ ମିଳିଛି। ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳରେ ଏବେ ତାପମାତ୍ରା ୧ ଡିଗ୍ରୀ ତଳକୁ ରହିଛି । ଶିମିଳିପାଳର ବହୁ ଅଂଚଳ ଯଥା ବରେହିପାଣି, ଚହଲା, ଜରନ୍ଦା, ବାରହକାମୁଡ଼ା ଆଦି ଅଞ୍ଚଳରେ ସର୍ବନିମ୍ନ ୩ରୁ ୪ଡିଗ୍ରୀ ଥିବାବେଳେ ଉପର ବାରହକାମୁଡ଼ା ଏବଂ ମେଘସନି ଅଞ୍ଚଳରେ ୧ରୁ ୨ ଡିଗ୍ରୀ ତାପମାତ୍ରା ରହିଥିବାର ସୂଚନା ମିଳିଛି। ସେଠାରେ ଦିନ ସମୟରେ ମଧ୍ୟ ଠିକ ଭାବରେ ଦୃଶ୍ୟମାନ ହେଉନାହିଁ ଦିଗବଳୟ । ଚାରି ଆଡେ଼ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି। ତେବେ ଆଗକୁ ଶୀତର ପ୍ରକୋପ ଆହୁରି ବଢିବ ବୋଲି ପାଣିପାଗ ପକ୍ଷରୁ ସୂଚନା ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ