Masthead

କଲିକତାରେ କନ୍ଧମାଳର ତରୁଣ ପ୍ରତିଭାଙ୍କ କମାଲ

କନ୍ଧମାଳ (ବଡ଼ ଖବର ବ୍ୟୁରୋ): କଲିକତା ହାୱଡା ସ୍ଥିତ ଏକ ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ “କଥକ ପର୍ଫରମିଙ୍ଗ ରେପାର୍ଟିୟର” ଦ୍ଵାରା ଆୟୋଜିତ ୧୦ମ ଜାତୀୟ ନାଟ୍ୟ ମହୋତ୍ସବର ଉଦ୍ଘାଟନୀ ସନ୍ଧ୍ୟାରେ ଓଡ଼ିଶାର ଅଗ୍ରଣୀ ନାଟକ ସଂସ୍ଥା ନାଟ୍ୟଚେତନା ଦ୍ଵାରା ମଞ୍ଚସ୍ଥ ହୋଇଥିଲା ନାଟକ “ସୀମା”। ବରିଷ୍ଠ ନାଟ୍ୟକାର ସୁବୋଧ ପଟ୍ଟନାୟକଙ୍କ ହିନ୍ଦୀ ଓ କୋଶଳୀ ଭାଷାରେ ରଚିତ ଓ ନିର୍ଦ୍ଦେଶିତ ଏହି ନାଟକରେ ସହ ନିର୍ଦ୍ଦେଶନା ଦାୟିତ୍ଵରେ ଥିଲେ ବରିଷ୍ଠ ମଞ୍ଚ ଅଭିନେତା ନୀଳାମ୍ବର ମିର୍ଗାନ୍ ।

କନ୍ଧମାଳର ଯୁବ ନାଟ୍ୟକାର ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନାଙ୍କ ନେତୃତ୍ବରେ କନ୍ଧମାଳର ସାତ ଜଣ ଯୁବ କଳାକାର ନାଟକରେ ଅଭିନୟ କରିବାରେ ସୁଯୋଗ ପାଇଥିଲେ । ସୋନପୁର ଜିଲ୍ଲା ଏବଂ ଝାଡ଼ଖଣ୍ଡ ରାଜ୍ୟରୁ ମିଳିତ ଭାବରେ କଳାକାର ନାଟକରେ ଅଂଶ ଗ୍ରହଣ କରିଥିଲେ । ବିଭିନ୍ନ ଭୂମିକାରେ ମନୋଜ, ଶୁଭଶ୍ରୀ, ନୀଳାମ୍ବର, ସୁଜାତା, ରାହୁଲ , ରମେଶ , ଆସନା, ଦୁଲାରୀ ଆମ୍ବଦକର ବିକାଶ ଶକ୍ତି, ଗାୟତ୍ରୀ , ଅକ୍ଷୟ ପ୍ରମୁଖ ନିଖୁଣ ଅଭିନୟ ଉପସ୍ଥିତ ଦର୍ଶକଙ୍କୁ ତାଜୁବ କରିଥିଲା । ବରିଷ୍ଠ ସାମ୍ବାଦିକ ତଥା ମଞ୍ଚ କଳାକାର ଏହି ନାଟକ ର ପ୍ରଦର୍ଶନୀ ଦାୟୀତ୍ଵ ରେ ଥିଲେ । ଏହି ନାଟକ ବେଶ୍ ହୃୟସ୍ପର୍ଶୀ ହୋଇ ଥିଲା। ବହୁ ଦର୍ଶକ ନାଟକକୁ ଦେଖି ଉଚ୍ଚ ପ୍ରଶଂସା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି