Masthead

ଲୋକସଭାରୁ ୩୩ ଓ ରାଜ୍ୟସଭାରୁ ୪୫ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ) ସଂସଦରେ ହଟ୍ଟଗୋଳ ଲୋକସଭାରୁ ନିଲମ୍ବିତ ହେଲେ ୩୩ ସାଂସଦ । ସେହିଭଳି ରାଜ୍ୟସଭାରୁ ମଧ୍ୟ ୪୫ ସାଂସଦ ନିଲମ୍ବିତ ହୋଇଛନ୍ତି । ହଟ୍ଟଗୋଳ କରିବା ଅଭିଯୋଗରେ ଉଭୟ ରାଜ୍ୟସଭା ଓ ଲୋକସଭାରୁ ସାଂସଦ ମାନଙ୍କୁ ନିଲମ୍ବିତ କରାଯାଇଛି । ଲୋକସଭା ସ୍ପିକର ଓମ ବିର୍ଲ୍ଲା ୩୩ ସାଂସଦଙ୍କୁ ସଂମ୍ପୂର୍ଣ୍ଣ ଅଧିବେଶନରୁ ନିଲମ୍ବିତ କରିଛନ୍ତି । ରାଜ୍ୟସଭାର ସଭାପତି ଜଗଦୀପ ଧନଖଡ ମଧ୍ୟ ୪୫ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି । ତେବେ ସେଥିରୁ ୧୧ ଜଣଙ୍କ ନାମ ଏଥିକ୍ସ କମିଟିକୁ ପଠାଯାଇଛି । ସଂସଦର ସୁରକ୍ଷା ପ୍ରସଙ୍ଗରେ ହଟ୍ଟଗୋଳ ହେତୁ ଶୁକ୍ରବାର ଲୋକସଭାରୁ ୧୩ ଜଣ ସାଂସଦ ଓ ରାଜ୍ୟସଭାରୁ ଜଣଙ୍କୁ ନିଲମ୍ବନ କରାଯାଇଥିଲା । ଆଜି ନିଲମ୍ବନ ହୋଇଥିବା ସାଂସଦଙ୍କ ମଧ୍ୟରେ ଅଧୀର ରଞ୍ଜନ ଚୌଧୁରୀ, ଦୟାନିଧି ମାରାନ, ଏ.ରାଜା ସୌଗତ ରାୟ ,ସପ୍ତଗିରି ଉଲାକାଙ୍କ ସମେତ ଅନେକ ସାଂସଦ ସାମିଲ ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ