Before Header

ଜାଣୁ ନାହାନ୍ତି ଜୁନିୟର ମହତାବ: ଭର୍ତ୍ତୃହରି ଅଲୋଡା

0 304

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜୁନିଅର ମହତାବ୍ ଏବେ ଦଳରେ ଏକଘରିଆ । ବିଜେଡିରେ ଆଉ ନାହିଁ ତାଙ୍କର ସେ ପୁରୁଣା କାଟ୍ତି । ୬ ଥରର ସାଂସଦ ଭର୍ତ୍ତୃହରି ମହତାବ । ହେଲେ ଦଳରେ ଏବେ ଅଲୋଡା । କଟକରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏତେ ବଡ଼ ସରକାରୀ ପ୍ରକଳ୍ପର ଯୋଜନା, ହେଲେ ନା’ ସାଂସଦ ଏ ନେଇ ଅବଗତ, ନା’ ତାଙ୍କୁ ପ୍ରଶାସନ ପକ୍ଷରୁ ଦିଆଯାଇଲା ସୂଚନା । ଏପରିକି ଦଳୀୟ ନେତା ଦେଉଛନ୍ତି ଗୁରୁତ୍ୱ ।

ଥରେ ନୁହେଁ କି ଦୁଇଥର ନୁହେଁ, ଲାଗାତାର ୬ ଥର ସେ କଟକର ସାଂସଦ । ହେଲେ ଦଳରେ ନାହିଁ ଆଉ ତାଙ୍କର ସେଇ ପୁରୁଣା କାଟ୍ତି । ଭର୍ତ୍ତୃହରି ଏବେ ଦଳରୁ ଏକପ୍ରକାର ସାଇଡଲାଇନ୍ । କହିବା ପାଇଁ ଗଲେ ବିଜେଡିର ବରିଷ୍ଠ ନେତା ତଥା କଟକ ସାଂସଦ ଭର୍ତ୍ତୃହରି ମହତାବ ଦଳରେ ଏବେ ପୂରାପୁରି ଅଲେଡା । ଏପରିକି ନିଜ ସଂସଦୀୟ କ୍ଷେତ୍ରରେ ମଧ୍ୟ ସେ ଏକଘରିଆ । ସବୁଠାରୁ ବଡ଼ କଥା, ଦଳୀୟ କାର୍ଯ୍ୟକ୍ରମରୁ ବି ଜୁନିଅର ମହତାବ୍ ଏବେ ବୟକଟ୍ । ଏପରିକି ବିଜେଡିର ରାଜନୈତିକ ବ୍ୟାପାରରେ ବି କଟକ ସାଂସଦଙ୍କ ଛାଇ ପଡୁନି । ଦଳ ଅନ୍ଦର ମହଲରେ ଭର୍ତ୍ତୃହରିଙ୍କୁ ନେଇ ଯେତିକି ନାହିଁ ଚର୍ଚ୍ଚା, ରାଜ୍ୟ ରାଜନୀତିରେ ତା’ଠୁ ବେଶି ଆଲୋଚନା । ବାସ୍ତବରେ ଦଳ ତାଙ୍କୁ ବୟକଟ କରୁଛି, ନା’ ନିଜେ ଦଳରୁ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଛନ୍ତି । ଏ ପ୍ରସଙ୍ଗକୁ ନେଇ ରାଜନୈତିକ ବିଶେଷଜ୍ଞ ଏବେ ଗୋହି ଖୋଳିବା ଆରମ୍ଭ କରି ଦେଇଛନ୍ତି । ଏପରି ସମୟରେ କଟକରେ ହେବାକୁ ଥିବା ନେତାଜୀ ଟର୍ମିିନାଲକୁ ନେଇ ଯେଉଁ ଆରୋପ ପ୍ରତ୍ୟାରୋପ ରାଜନୀତି ଚାଲିଛି, ସେଥିରୁ ଏ କଥା ସ୍ପଷ୍ଟ ହୋଇ ହୋଇଯାଇଛି ।

କଟକରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ସମ୍ପର୍କରେ ସାଂସଦ ଅବଗତ ନଥିଲେ, ନା’ ତାଙ୍କୁ ପ୍ରଶାସନ ପକ୍ଷରୁ ଦିଆଯାଇଥିଲା ସୂଚନା । ଯାହାକୁ ଭର୍ତ୍ତୃହରି ଖୋଲାଖୋଲି ବିରୋଧ କରୁନ ଥିଲେ ମଧ୍ୟ, ଯେଭଳି ଢଙ୍ଗରେ ସେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି, ସେଥିରୁ ସ୍ପେଷ୍ଟ ଯେ, ସେ ଦଳ ତଥା ରାଜ୍ୟ ସରକାରଙ୍କ ଉପରେ ଖୁସି ନାହାନ୍ତି । ପ୍ରତ୍ୟକ୍ଷରେ ନ ହେଲେ ମଧ୍ୟ ପରୋକ୍ଷରେ ନବୀନ ସରକାରଙ୍କୁ କରିଛନ୍ତି ଟାର୍ଗେଟ । ସାଂସଦଙ୍କ କହିବା କଥା, ନେତାଜୀ ବସ ଟର୍ମିନାଲ ସ୍ଥାପନ ନେଇ ସ୍ଥାନୀୟ ଅଂଚଳବାସୀଙ୍କ ସହ ଆଲୋଚନା ହୋଇନି । ଏପରିକି ସ୍ଥାନୀୟ ଜନପ୍ରତିନିଧିଙ୍କ ପାଖରେ ମଧ୍ୟ ଏ ନେଇ କୌଣସି ସୂଚନା ନାହିଁ । ଗୁଗୁଲ ମ୍ୟାପ ଦେଖି ଟର୍ମିନାଲର ସ୍ଥିର ହୋଇଛି ଜାଗା । ଆଉ ମୁଖ୍ୟମନ୍ତ୍ରୀ ଯାଇ ସେଠାରେ ଶୁଭ ଦେଇଛନ୍ତି । ବାସ୍ତବିକ ଭାବରେ ଯଦି ଦେଖାଯାଏ ଭୌଗଳିକ ଦୃଷ୍ଟି କୋଣରୁ ଏହା ଠିକ ନୁହଁ । ଭର୍ତୃହରିଙ୍କ ଏଭଳି ବାୟାନକୁ ନେଇ ବିଜେଡି ରାଜନୀତି ଏବେ ସରଗରମ । କଟକ ସାଂସଦ ପରୋକ୍ଷରେ ଯେଭଳି ଭାବେ ବିଜେଡି ସରକାରଙ୍କ ଉପରେ ବର୍ଷିିଲେ, ତାକୁ ନେଇ ଏବେ ଦଳୀୟ ନେତା ବି ଖପ୍ପା ।

ଭର୍ତ୍ତୃହରିଙ୍କ ବୟାନ ଉପରେ ବିଜେଡି ନେତା ଦେବାଶିଷ ସାମନ୍ତରାୟ କରିଛନ୍ତି କାଉଂଟର ଆଟାକ । ପୂର୍ବତନ ବିଧାୟକ ହୋଇ ସେ ନେତାଜୀ ଟର୍ମିନାଲ ଯୋଜନା ବାବଦରେ ଜାଣି ପାରିଲେ, ଅଥଚ ସାଂସଦ ହୋଇ ଭର୍ତ୍ତୃହରି ଅବଗତ ନ ଥିବା ଅତ୍ୟନ୍ତ ଦୁଃଖଦାୟକ ବୋଲି ଦେବାଶିଷ କହିଛନ୍ତି । ସେପଟେ ଦେବାଶିଷଙ୍କ ଏଭଳି ପ୍ରତିକ୍ରିୟ ଉପରେ ଭର୍ତ୍ତୃହରି ପୁଣି ମୁହଁ ଖୋଲିଛନ୍ତି । ଦେବାଶିଷ ବାବୁ କ’ଣ କହିଲେ ମୁଁ ଜାଣିନି । ଖାନ୍ନଗର ନୂତନ ବସ ଟର୍ମିନାଲ ବିଷୟରେ ସେ ମୂଳରୁ ଅବଗତ ନୁହେଁ । ଦେବାଶିଷ ବାବୁଙ୍କ ପାଖରେ ଏ ନେଇ ଖବର ଥିବ, ହେଲେ ମୋ ପାଖରେ ନାହିଁ ବୋଲି କଟକ ସାଂସଦ କହିଛନ୍ତି । ନେତାଜୀ ଟର୍ମିନାଲ ରାଜନୀତିରୁ ଏ କଥା ସ୍ଫଷ୍ଟ ଯେ, ବିଜେଡିର ବଡ ନେତା ଅର୍ଥାତ ଭର୍ତ୍ତୃହରି ଏବେ ଅଲୋଡା ।

ସେପଟେ ଟର୍ମିନାଲ ରାଜନୀତି ବାଦ ଆଉ କିଛି ଘଟଣା ବି ଇଙ୍ଗିତ କରୁଛି, ଭର୍ତୃହରି ଏବେ ଦଳରେ ଏକଘରିଆ । ଦୁଇଦିନ ତଳେ ହୋଇଥିବା ବିଜେଡିର ସଂସଦୀୟ ବୈଠକ କଥା ଆମେ ଆପଣଙ୍କୁ ମନେ ପକେଇ ଦେବାକୁ ଚାହୁଁଛୁ । ବୈଠକରେ ତାଙ୍କ ଅନୁପସ୍ଥିତିକୁ ନେଇ ଦଳୀୟ ନେତାଙ୍କ ଭିତରେ ମଧ୍ୟ ଚାପା ଗୁଂଜରଣ ସୃଷ୍ଟି ହୋଇଥିଲା । ପାର୍ଲାମେଂଟରେ ବିଜେଡିର ଚେହେରା ଭାବେ ଭର୍ତ୍ତୃହରି ସବୁ ସମୟରେ ଆଗୁଆ । ଯେକୌଣସି ପ୍ରସଙ୍ଗ ହେଉ ନା କାହିଁକି, କଟକ ସାଂସଦ ସବୁ ସମୟରେ ସଂସଦ ଭବନରେ ବିଜେଡିକୁ ଡିଫେଣ୍ଡ କରନ୍ତି । ଯାହାକୁ ନେଇ ସର୍ବଶ୍ରେଷ୍ଠ ସାଂସଦ ଭାବେ ସେ ସମ୍ମାନିତ ମଧ୍ୟ ହୋଇଛନ୍ତି । ତେବେ ହଠାତ ଦଳର ସଂସଦୀୟ ବୈଠକ ଭଳି ଗରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ତାଙ୍କ ଅନୁପସ୍ଥିତି ଦଳୀୟ ରାଜନୀତିର ତାତି ବଢାଇଛି । ଅନେକ ସମୟରେ ଦେଖାଯାଏ, ସଂସଦୀୟ କାର୍ଯ୍ୟକ୍ରମରେ ଦଳର ଷ୍ଟାଣ୍ଡ କ’ଣ ରହିବ, ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସେ କ’ଣ ପକ୍ଷ ରଖିବେ, ରାଜ୍ୟର ପ୍ରସଙ୍ଗକୁ ସଂସଦ ଭବନରେ ଦଳର ନେତା ଭାବେ କିଭଳି ଉଠାଇବେ, ଏଥିରେ ବେସ ମାହିର ଭର୍ତ୍ତୃହରି । ତେବେ ସେ କାହିଁକି ଅନୁପସ୍ଥିତ ରହିଲେ ବୈଠକରେ? ଏଥିରେ ଦୁଇଟି କଥା ସାମ୍ନାକୁ ଆସୁଛି ।

ସେ ନିଜ ଆଡୁ ବୈଠକକୁ ଯାଇ ନାହାନ୍ତି, ନା’ ଦଳ ତାଙ୍କୁ ବୈଠକରୁ ବୟକଟ୍ କରିଛି, ତାହା ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ । ସେପଟେ ଏହାକୁ ନେଇ ଭର୍ତ୍ତୃହରି ଯେଭଳି ଉକ୍ତି ରଖିଛନ୍ତି, ତାକୁ ସହଜରେ ଗ୍ରହଣ କରାଯାଇ ନ ପାରେ । ଭର୍ତ୍ତୃହରି ତାଙ୍କ ଗାଁରେ ଥିବା ଏକ କାର୍ଯ୍ୟକ୍ରମକୁ ଯାଇଥିଲେ । ଯେଉଁଥିପାଇଁ ବୈଠକରେ ସେ ଯୋଗ ଦେଇ ନ ଥିଲେ ବୋଲି କହିଛନ୍ତି । ତେବେ ତାଙ୍କ ଭଳି ନେତା, ଯିଏ ସର୍ବଶ୍ରେଷ୍ଠ ସାଂସଦ ଭାବେ ପୁରସ୍କୃତ, ସେ ଯଦି ଏଭଳି କହିବେ, ତହା କେତେଦୂର ଗ୍ରହଣଯୋଗ୍ୟ? ଏଥରୁ ସ୍ପଷ୍ଟ ଯେ, ଭର୍ତ୍ତୃହରି ଏବେ ଦଳରେ ଏକ ଘରିଆ ।

 

Leave A Reply

Your email address will not be published.