Masthead

ସାମାଜିକ ଯୁବ ସଙ୍ଗଠନର ଷଷ୍ଠତମ ବାର୍ଷିକ ଉତ୍ସବ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଭୁବନେଶ୍ୱର ଖଣ୍ଡଗିରି ସ୍ଥିତ ଜୟଦେଵ ମାର୍କଟ ଛକ ଭୁବନେଶ୍ୱର ଠାରେ ସାମାଜିକ ଯୁବ ସଂଗଠନର ଷଷ୍ଠତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି । ଏହି ଅବସରରେ ଦଶପଲ୍ଲା ଅଞ୍ଚଳର ଅସହାୟ କର୍କଟ ପିଡ଼ିତା ବୈଦେହୀ ସେଠିଙ୍କୁ ସମାଜମଙ୍ଗଳ ହୁଣ୍ଡି ଭାଙ୍ଗି ୨୫ ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରାଯିବା ସହ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା  ପ୍ରତିଭାମାନଙ୍କୁ ସେବା ସମ୍ମାନ ୨୦୨୩ ପ୍ରଦାନ କରାଯାଇଥିଲା ।

 

 

ଏହି ଅବସରରେ  ୪୦ ଜଣ ଅସହାୟ ବୃଦ୍ଧବୃଦ୍ଧାଙ୍କୁ ନୂତନ ବସ୍ତ୍ରଦାନ ଓ କମ୍ବଳ ବଣ୍ଟନ କରାଯିବା ସହ ଦୁଇ ସମୂହ ଅନ୍ନଦାନ, ଓ ସାମାଜିକ ସଚେତନ ଉପରେ ଏକ କ୍ଷୁଦ୍ର ଚଳଚିତ୍ର ରିଲିଜ କରାଯାଇଥିଲା । ସଂଗଠନ ପ୍ରତିଷ୍ଠାତା ବାପୁଓଝାଙ୍କ ସଭାପତିତ୍ୱରେ ବିବରଣୀ ପାଠ କରିଥିଲେ ସଂଗଠନ ସଭାପତି ଚିତ୍ତରଞ୍ଜନ ଦାସ, ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଯୋଗଦେଇ ହୁଣ୍ଡି ଭାଙ୍ଗିଥିଲେ ।

ସ୍ତମ୍ବକାର ଅମୀୟ ପାଣ୍ଡବ, କଲଚର ଆଡ୍ମିଷ୍ଟେଟର ନିର୍ଦ୍ଦେଶକ ଅସିତ ମହାନ୍ତି ସମାଜସେବୀ ମନସ୍ମିତା ଜେନା, ସମାଜସେବୀ ଶ୍ରୀମତୀ ଡେଜି ଶତପଥୀ, ଯୁବ ସାମ୍ବାଦିକ କିଶନ ବରାଇ, ବରିଷ୍ଠ ଆଇନିଜୀବୀ ଚକ୍ରଧର ସିଂ, ସଂଗଠନ ଉପଦେଷ୍ଟା ରବୀନ୍ଦ୍ର କୁମାର ପାତ୍ର ଓ ଅମର୍ଜିତ ନାୟକ, ହାସ୍ୟ ଅଭିନେତା ସ୍ମୃତିରଞ୍ଜନ ମହାନ୍ତି, ଅଭିନେତା ବୁଲୁ ପଣ୍ଡା ପ୍ରମୁଖ ଯୋଗଦେଇ ସଂଗଠନର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ ।  ଧନ୍ୟବାଦ ଅର୍ପଣ କରିଥିଲେ ସଂଗଠନର ମାନସ ରଞ୍ଜନ ସାହୁ , ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ସଂଗଠନର ସମସ୍ତ ସଭ୍ୟସଭ୍ୟା ମାନେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା