Masthead

ଉନ୍ନୟନ ମୂଳକ କାର୍ଯ୍ୟକୁ ବିରୋଧ କରି ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହେଲେ ସାମାଜିକ କର୍ମୀ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଗ୍ରାମପଞ୍ଚାୟତର ଉନ୍ନତି ମୂଳକ କାର୍ଯ୍ୟକୁ ବିରୋଧ । ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହେଲେ ସାମାଜିକ କର୍ମୀ । ରାଜ୍ୟ ଓ କେନ୍ଦ୍ର ସରକାର ଗାଁର ବିକାଶ ପାଇଁ ବିଭିନ୍ନ ଉନ୍ନତି ମୂଳକ କାମ ଯୋଗାଇ ଦେଉଥିବା ବେଳେ କିଛି ସ୍ୱାର୍ଥବାଦି କୁଜିନେତା ଏହାକୁ ବିରୋଧ କରୁଥିବା ଅଭିଯୋଗ ହୋଇଛି। ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବଜରାପୁର ପଞ୍ଚାୟତ ବଜରାପୁର ଗାଁରେ ।

ସୂଚନା ମୁତାବକ ବଜରାପୁର ଗ୍ରାମ ତାରିଣୀ ସାହିରେ ଦୀର୍ଘଦିନ ହେବ ରାସ୍ତା ଅବସ୍ଥା ଖରାପ ଥିବାରୁ ନୂତନ ପକ୍କାରାସ୍ତା ପାଇଁ ଗ୍ରାମବାସୀ ବିଡ଼ିଓଙ୍କୁ ଅଭିଯୋଗ କରିଥିଲେ । ସେହି ଅଭିଯୋଗ ମୁତାବକ ନୂତନ ପକ୍କାରାସ୍ତା ନିର୍ମାଣ ଚାଲିଥିଲା । ସେହି ସମୟରେ ପ୍ରଦୀପ କର ନାମକ ଯୁବକ ରାସ୍ତା ନିର୍ମାଣ ନିମ୍ନମାନର ଦର୍ଶାଇ ଏହାକୁ ବିରୋଧ କରୁଥିଲେ । ଏ ନେଇ ଗ୍ରାମବାସୀ ଏବଂ ପ୍ରଦିପ କରଙ୍କ ମଧ୍ୟରେ ବଚସା ହୋଇଥିଲା । ବଜରାପୁର ସରପଞ୍ଚଙ୍କ ପ୍ରତିନିଧି ରାହୁଲ ସାହୁ ଘଟଣା ସ୍ଥଳରେ ପହଞ୍ଚି ପ୍ରଦିପ କରଙ୍କୁ ବୁଝାସୁଝା କରିବା ପରେ ଘଟଣାସ୍ଥଳ ଶାନ୍ତ ପଡିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ