Masthead

‘ସମସ୍ତେ ଏକାଠି ହେଲେ ମୋଦି ସରକାର କିଛି କରିପାରିବ ନାହିଁ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପାର୍ଲାମେଣ୍ଟର ଶୀତ ଅଧିବେଶନରେ ଉଭୟ ଗୃହରୁ ୧୪୬ ଜଣ ଏମ୍‌ପିଙ୍କୁ କରାଯାଇଛି ନିଲମ୍ବନ । ଯାହାକୁ ନେଇ ବିରୋଧୀ ଇଣ୍ଡିଆ ମେଣ୍ଟର ନେତାମାନେ ନୂଆଦିଲ୍ଲୀର ଯନ୍ତରମନ୍ତରଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗଣତନ୍ତ୍ରର ସୁରକ୍ଷା ପାଇଁ ସେମାନେ ପ୍ରତିଜ୍ଞା ନେବା ସହ ୨୦୨୪ ଲୋକ ସଭା ନିର୍ବାଚନରେ ବିଜେପିକୁ ପରାଜିତ କରିବା ପାଇଁ ଆହ୍ବାନ ଦେଇଛନ୍ତି। ଶାସକ ଦଳ ବିରୋଧୀମାନଙ୍କ ସ୍ବରକୁ ଚାପିଦେଇଥିବା ବିରୋଧୀ ନେତାମାନେ ଅଭିଯୋଗ କରିଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନେତୃତ୍ୱରେ ଅନୁଷ୍ଠିତ ବିକ୍ଷୋଭରେ ଦଳର ନେତା ରାହୁଲ ଗାନ୍ଧୀ, ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ସମେତ ଅନ୍ୟ ବିରୋଧୀ ଦଳ ନେତାମାନେ ସାମିଲ ହୋଇଥିଲେ। ବର୍ତ୍ତମାନର ସରକାରରେ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି ହୋଇଥିବାରୁ ଆମକୁ ଏକାଠି ହେବାକୁ ପଡ଼ିବ ବୋଲି ଖଡ଼ଗେ କହିଥିଲେ। ସମସ୍ତେ ଏକାଠି ହେଲେ ମୋଦି ସରକାର କିଛି କରିପାରିବ ନାହିଁ ବୋଲି ସେ କହିଥିଲେ। ଏମ୍‌ପିମାନଙ୍କୁ ନିଲମ୍ବନ କରି ସରକାର ବିରୋଧୀଙ୍କ ମୁହଁ ବନ୍ଦ କରିଦେବାକୁ ଉଦ୍ୟମ କରୁଛନ୍ତି।

ତେବେ ଗଣତନ୍ତ୍ରର ସୁରକ୍ଷା ପାଇଁ ଯେକୌଣସି ମୂଲ୍ୟ ଦେବାକୁ ଆମେ ପ୍ରସ୍ତୁତ ଅଛୁ ବୋଲି ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର କହିଥିଲେ। ପାର୍ଲାମେଣ୍ଟ ନିକଟରେ ସରକାର ଉତ୍ତରଦାୟୀ ଏବଂ ଏମ୍‌ପିମାନେ ଲୋକଙ୍କ ନିକଟରେ ଉତ୍ତରଦାୟୀ, ଯାହା ଗଣତନ୍ତ୍ରର ସଂଜ୍ଞା ବୋଲି ସିପିଆଇ(ଏମ୍‌) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ କହିଥିଲେ। ଯେକୌଣସି ପ୍ରକାରେ ବିରୋଧୀଙ୍କୁ ଦମନ କରି ସେମାନେ ପାର୍ଲାମେଣ୍ଟକୁ ଅଚଳ କରିଦେଲେ। ପାର୍ଲାମେଣ୍ଟ ଅଚଳ ହେଲେ ଗଣତନ୍ତ୍ର ମରିଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼