Masthead

ମାଆ ଆସନରେ ବସି ପୁଅ କରୁଛି ଶାସନ, ଅଭିଯୋଗକୁ ଖଣ୍ଡନ କଲେ ପୁଅ

କାମାକ୍ଷାନଗର(ବଡ଼ ଖବର ବ୍ୟୁରୋ): ମାଆ ସରପଞ୍ଚ । ପୁଅ ସମ୍ଭାଳୁଛି ଗାଦି । ମାଆ ଆସନରେ ବସି ପୁଅ କରୁଛି ଶାସନ । ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ବାଙ୍ଗୁରସିଂହ ପଞ୍ଚାୟତର ସରପଞ୍ଚ ଚନ୍ଦ୍ରମା ଦଳେଇ । କିନ୍ତୁ ପଞ୍ଚାୟତ କାର୍ଯ୍ୟାଳୟର ସୂଚନା ବୋର୍ଡରେ ଚନ୍ଦ୍ରମାଙ୍କ ପୁତ୍ରଙ୍କ ନାମ ଲେଖା ହୋଇଛି । ସରପଞ୍ଚଙ୍କ ପାଇଁ ଉଦ୍ଧିଷ୍ଟ ଆସନରେ ପୁଅ ବସି ପଞ୍ଚାୟତର ବିଭିନ୍ନ କାର୍ଯ୍ୟ କରୁଛନ୍ତି । ସେଠାରେ ଉପସ୍ଥିତ ଥିଲେ ପଞ୍ଚାୟତର କିଛି ମହିଳା, ପୁରୁଷ ଓ ସମିତି ସଭ୍ୟ ।

ସରପଞ୍ଚ ଚନ୍ଦ୍ରମାଙ୍କ ପୁଅ ତଥା ବାଙ୍ଗୁରସିଂଙ୍ଗ ପଞ୍ଚାୟତର ପୃର୍ବତନ ସରପଞ୍ଚ ମଧ୍ୟ ଉପସ୍ଥିତ ଥିଲେ । ପୁରୁଣା ଫଟୋ ଓ ଭିଡ଼ିଓ ରଖି କିଛି ଖଳ ପକୃତିର ଲୋକ ଭାଇରାଲ କରିଥିବା କଥା କହିଥିଲେ ପୂର୍ବତନ ସରପଞ୍ଚ । ପୁଅକୁ ବଞ୍ଚାଇବାକୁ ଯାଇ ମଆ ତଥା ସରପଞ୍ଚ ଚନ୍ଦ୍ରମା କହିଛନ୍ତି ସେଇଟା ପୁରୁଣା ଭିଡ଼ିଓ । ରାଜନୀତିରେ ମହିଳାଙ୍କ ପ୍ରବେଶ ସ୍ୱାଗତଯୋଗ୍ୟ । ମାତ୍ର ତାଙ୍କ ସ୍ଥାନରେ ତାଙ୍କ ପୁଅ, ସ୍ୱାମୀ ଓ ଭାଇ ହୁକୁମାତି ଚଳାଇବା ଗ୍ରହଣୀୟ ନୁହେଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ